ବାଲେଶ୍ବର, ୨୯।୬ (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଧାଅନ୍ବେଷଣ ବା ” ଆସ କିଛି ଜାଣିବା ” କାର୍ଯ୍ୟକ୍ରମରେ ଅଜିତ କୁମାର ତ୍ରିପାଠୀ, କୁଲାଡ, ଗଞ୍ଜାମ,ସସ୍ମିତା ଦାସ,ଗାୟତ୍ରୀ ନଗର,ଢେଙ୍କାନାଳ, ନିବେଦିତା ମହାପାତ୍ର, ପୁରୀ,ବନିତା ସ୍ବାଇଁ ମାନଧାତା, କେନ୍ଦ୍ରାପଡା, ସରସ୍ବତୀ ପଣ୍ଡା,ମଙ୍ଗଳପୁର,ଯାଜପୁର, ସ୍ବର୍ଣ୍ଣଲତା ପତି,ସମ୍ବଲପୁର, ସୁଦର୍ଶନ ମହାପାତ୍ର, କଟକ,ମନୋଜ କୁମାର ମହାନ୍ତ,ବାରିପଦା, ତେଜସ୍ବିନୀ ସାମଲ,ଅଧ୍ଯାପିକା, କେନ୍ଦ୍ରାପଡା, ସଙ୍ଗୀତା ନାୟକ, ରାୟଗଡ଼ା, ଦେବାଶିଷ ପଟ୍ଟନାୟକ, କଟକ,ଦେବିପ୍ରିୟା ଦାସ,ଖୋର୍ଦ୍ଧା, ଶ୍ରୀନିବାସ ଜେନା, ଗଞ୍ଜାମ, ସାଗରିକା ମହାନ୍ତି, ବାରିପଦା ଓ ପ୍ରଣତି ମହାପାତ୍ର, ବାଲେଶ୍ବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଯୁଗ୍ମରେ ସୁଦର୍ଶନ ମହାପାତ୍ର ଓ ନିବେଦିତା ମହାପାତ୍ର ପ୍ରଥମ,ଅଜିତ୍ କୁମାର ତ୍ରିପାଠୀ, ସାଗରିକା ମହାନ୍ତି ଓ ପ୍ରଣତି ମହାପାତ୍ର ଦ୍ବିତୀୟ , ସସ୍ମିତା ଦାସ,ବନିତା ସ୍ବାଇଁ, ସରସ୍ବତୀ ପଣ୍ଡା, ସଙ୍ଗୀତା ନାୟକ ଓ ଦେବାଶିଷ ପଟନାୟକ ତୃତୀୟ, ଶ୍ରୀନିବାସ ଜେନା,ତେଜସ୍ବିନୀ ସାମଲ,ମନୋଜ କୁମାର ମହାନ୍ତ ଓ ସ୍ବର୍ଣ୍ଣଲତା ପତି ଚତୁର୍ଥ ଏବଂ ଦେବିପ୍ରିୟା ଦାସ ପଞ୍ଚମ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନିତ୍ବ କରିଥିବାରୁ ମୋ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦିଆଯାଇଛି । ଏଥିସହିତ ଅନୁଷ୍ଠାନର ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି ମହୋଦୟଙ୍କର ପରିବାର ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ସ୍ବାଗତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇ ଅନୁଷ୍ଠାନର ସଦସ୍ୟ ତଥା ଏ ଅଞ୍ଚଳର ଜଣାଶୁଣା ସୁନାମଧନ୍ୟ ନୃତ୍ୟଗୁରୁ ସନ୍ଦୀପ୍ ମାଝୀ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବ୍ଯକ୍ତି ମାନଙ୍କୁ ପ୍ରଦାନ ନିମନ୍ତେ ସ୍ବ-ଇଚ୍ଛାରେ ୨୦୦ଟଙ୍କା ଦେଇଛନ୍ତି । ଶ୍ରୀ ମାଝୀଙ୍କ ଅକୁଷ୍ଠଚିତ ସହାୟତା ରାଶିକୁ ଅନୁଷ୍ଠାନ ଗ୍ରହଣ କରିଛି ବୋଲି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ଜଣାଇଛନ୍ତି ।