ଖଜୁରିପଡ଼ା, ୨୯।୬ (ସୁରେଶ ପଣ୍ଡା): କନ୍ଧମାଳ ବହୁବର୍ଷଧରି ପଡିରହିଥିଲା ଅଳିଆ ଆବର୍ଜନା ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିଲା । ଯାହାଦ୍ୱାରା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏନେଇ ଖଜୁରୀପଡ଼ା ଗ୍ରାମବାସୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆବର୍ଜନା ପଡ଼ି ରହି ନାଳ ପୋତି ହୋଇଯିବା । ଫଳରେ ଦୁର୍ଗନ୍ଧ ହେଉଥିଲା ଆଜି ଏହାକୁ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ସଙ୍ଗେ ସଙ୍ଗେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ନିମାଇଁ ଚରଣ ବିଶି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକଙ୍କୁ ଜଣେଇଥିଲେ । ଶ୍ରୀମତୀ ନାୟକ ଖଜୁରୀପଡ଼ା ଗ୍ରାମପଞ୍ଚାୟତ ପିଇଓ କୁମରମଣି ମଲ୍ଲିକ ଙ୍କୁ କହିବା ପରେ ଗ୍ରାମପଞ୍ଚାୟତ ତରଫରୁ ଡ୍ରେନ ରୁ ଆବର୍ଜନା ସଫା କାର୍ଯ୍ୟ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ ହୋଇଥିବାରୁ ଜିଲ୍ଲାପାଳ ମୋହଦୟାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣେଇଛନ୍ତି ।
