କନ୍ଧମାଳ, ୨୭।୬ (ସୁରେଶ ପଣ୍ଡା ): କନ୍ଧମାଳ ଦିନକୁ ଦିନ କରୋନା ମହାମାରୀ ସଂକ୍ରମିତ ହେଉଥିବା ବେଳେ ବଢ଼ିଚାଲିଛି । ଗଞ୍ଜେଇ ମାଫିଆଙ୍କ ବେପାର କିନ୍ତୁ କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି । କନ୍ଧମାଳ ପୋଲିସର ଗଞ୍ଜେଇ ଦମନ ଅଭିଯାନ ପୂର୍ବରୁ ଜିଲ୍ଲାରେ ୧୦ରୁ ୨୦କେଜି ପୋଲିସ ହାତରେ ଧରାପଡ଼ୁଥିଲା ଏବେ ତାହା କୁଇଣ୍ଟାଲରେ ପରିଣତ ହୋଇଛି ଓ ଶୀର୍ଷକରେ ପହଞ୍ଚି ବୋଲି କୁହାଯାଇଛି । ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗୋଛାପଡା ଥାନା ଅନ୍ତର୍ଗତ ପହିରାଜୂ ପଞ୍ଚାୟତ ଡ୍ରେସାରୁ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ ଚଢ଼ାଉ ବେଳେ ୨୦୨୦କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି ୧୨ ଜଣ ଫେରାର ଥିବା କହିଛନ୍ତି । ଏହି ୨ ଜଣ ବଡ଼ଗା ଦିଗାଲ ଓ ବୀନଜେ କହଁର ଗ୍ରାମ ଡ୍ରେସାରୁ ଗୋଚ୍ଛାପଡ଼ା ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି ୩୫/୨୦କୋର୍ଟ ଚାଲାଣ କରିଛନ୍ତି