ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ୯୬ ହଜାରରୁ ଅଧିକ

573
ADVERTISEMENT

ନୂଆଦିଲ୍ଲୀ,୨୬-୦୬: ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି । ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୫୮.୨୪ ଶତକଡା ହୋଇଛି ।
ବର୍ତ୍ତମାନ ୧,୮୯,୪୬୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଦେଶରେ ଆଇସିଏମଆର ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି ୧୧ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା ୧,୦୧୬କୁ ବୃଦ୍ଧି ପାଇଛି । ଏଥିରୁ ୭୩୭ଟି ସରକାରୀ ହୋଇଥିବା ବେଳେ ୨୭୯ଟି ବେସରକାରୀ । ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୧୫,୪୪୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ନମୁନା ପରୀକ୍ଷଣ ୭୭,୭୬,୨୨୮ କୁ ବୃଦ୍ଧି ପାଇଛି ।

Advertisement