କେନ୍ଦ୍ରୀୟ ଦଳ ପରିଦର୍ଶନ କରିବେ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗାନା • ମୋଟ ନମୁନା ପରୀକ୍ଷା ୭୫ ଲକ୍ଷ ଟପିଲା • ଆରୋଗ୍ୟ ହାର ୫୭.୪୩ ଶତକଡାକୁ ବୃଦ୍ଧି

227
ADVERTISEMENT

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସନ୍ତା ୨୬ ରୁ ୨୯ ପର୍ୟ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗାନା ରାଜ୍ୟ ପରିଦର୍ଶନ କରିବେ । ସେମାନେ ସେହି ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହ କୋଭିଡ-୧୯ ମହାମାରୀର ପରିଚାଳନା ସମ୍ପର୍କରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଦେଶରେ ବର୍ତ୍ତମାନ ଏକ ଅଭୁତପୂର୍ବ ଘଟଣା କ୍ରମରେ ନମୁନା ପରୀକ୍ଷା କେନ୍ଦ୍ର ସଂଖ୍ୟା ୧୦୦୭ରେ ପହଞ୍ଚିଛି । ଏଥିରେ ୭୩୪ଟି ସରକାରୀ ଓ ୨୭୩ ଘରୋଇ ପରୀକ୍ଷାଗାର ରହିଛି ।

Real-Time RT PCR based testing labs: 559 (Govt: 359 + Private: 200)

TrueNat based testing labs : 364 (Govt: 343 + Private: 21)

CBNAAT based testing labs : 84 (Govt: 32 + Private: 52)

ଗତ ଜାନୁଆରୀ ମାସରେ କୋଭିଡ-୧୯ ପାଇଁ ସୀମିତ ନମୁନା ପରୀକ୍ଷା ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୭,୮୭୧ଟି ନମୁନା ପରୀକ୍ଷା କରାଯାଇପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୭୫,୬୦,୭୮୨ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୧୨ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ୟ୍ୟନ୍ତ ମୋଟ ୨,୭୧,୬୯୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହି ଆରୋଗ୍ୟ ଲାଭ ହାର ଶତକଡା ୫୭.୪୩ରେ ପହଞ୍ଚିଛି ।

ବର୍ତ୍ତମାନ ୧,୮୬,୫୧୪ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ୧୨୦.୨୧ ରହିଥିବା ବେଳେ ଭାରତରେ ଏହା ୩୩.୩୯ ରହିଛି । ସେହିପରି ଆମ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ଵରେ ସବୁଠାରୁ ନ୍ୟୁନତମ ଅର୍ଥାତ ପ୍ରତି ଲକ୍ଷେରେ ୧.୦୬ ଭାଗ ଥିବା ବେଳେ ବିଶ୍ଵରେ ଏହା ୬.୨୪ ରହିଛି ।

Advertisement