ଡ଼ଃ ଶ୍ୟାମ ପ୍ରସାଦ ମୁଖର୍ଜିଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

326
ADVERTISEMENT


କନ୍ଧମାଳ, ୨୪।୬(ସୁରେଶ କୁମାର ପଣ୍ଡା): ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ଅବସରରେ ବାଲିଗୁଡା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ବିପ୍ର ପ୍ରଧାନ,ନଗର ସଭାପତି ଦିବାକର ସାହୁ, ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ,ରମାନନ୍ଦ ଘଡେ଼ଇ, ଅନିଲ ଦାସ, ଅନିଲ ଚୌଧୁରୀ,ସୁଭାଶିଷ ମିଶ୍ର,ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ଏହା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉନ୍ନତିର ପୁସ୍ତକ ଉନ୍ମୋଚନ କରି ପ୍ରତି ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚାଇବା ଏନେଇ ଆଲୋଚନା ହୋଇଥିଲା ।

Advertisement