କୋଭିଡ-୧୯କୁ ନିୟମମାନି ଘୋଷ ଯାତ୍ରା ଅନୁଷ୍ଠିତ

460
ADVERTISEMENT


ବାଲିଗୁଡ଼ା, ୨୩।୬( ଟିକି ଦଣ୍ଡିଆ) :କନ୍ଧମାଳ ଆଜି ପବିତ୍ର ହେଉଛି ପବିତ୍ର ରଥଯାତ୍ରା କେବଳ ପୁରୀକୁ ଛାଡ଼ି ସବୁଜିଲ୍ଲାରେ ରଥଯାତ୍ରା ବନ୍ଦ କରାଯାଇ ମନ୍ଦିର ପରିସରରେ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ ୧୯ର ନିୟମକୁ ସୁଚାରୁ ରୂପେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧି ୩ ଠାକୁର ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ଅସ୍ଥାୟୀ ଭାବେ ତିଆରି କରାଯାଇଥିବା ମାଉସୀ ମା ମନ୍ଦିରକୁ ନିଆଯାଇଥିଲା ନଦିଆ କୀର୍ତନରେ ମନ୍ଦିର ପରିସର କମ୍ପି ଉଠୁଥିଲା । ପୋଲିସର କଡ଼ା ସୁରକ୍ଷା ବଳୟରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରୁନଥିଲେ ।ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଛେରା ପହଁରା କରିଥିଲେ । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ରୀତିନୀତି ପ୍ରକାରେ ପାଳନ କରାଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ନଗର ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଉପସ୍ଥିତ ଥିଲେ ।

Advertisement