କନ୍ଧମାଳ, ୨୩।୬( ସୁରେଶ କୁମାର ପଣ୍ଡା) : ଫିରିଙ୍ଗିଆ ଥାନାକୁ ବଡ଼ ସଫଳତା ମିଳିଛି ୨ ଦିନ ପୂର୍ବେ ଜାଲ ନୋଟ ସହ ଗଞ୍ଜେଇ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବର୍ତ୍ତମାନ ଜାଲ ନୋଟ ତିଆରି କରୁଥିବା ଯୁବକକୁ ଗିରଫକରିଛି । ଏହି ଜାଲ ନୋଟ ତିଆରି କରୁଥିଲେ ଫୁଲବାଣୀ ସଦର ମହକୁମା ଚିତ୍ରକୁଟା ସାହିର ଆକାଶ କୁମାର ନାୟକ ପିତା ରମେଶ କୁମାର ନାୟକଙ୍କୁ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଗିରଫ କରିଛନ୍ତି । ଏହା ସହ ପ୍ରିଣ୍ଟିଂ ମିସିନ, କିଛି ଜାଲ ନୋଟ ମଧ୍ୟ ଜବତ କରାଯିବା ସହ କେଶ ନମ୍ବର ୪୮/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।