ପୁରୀ ଗଲେ ମୁଖ୍ୟ ସଚିବ ଓ ଡିଜି ; ପ୍ରସ୍ତୁତି ଜୋରଦାର

186
ADVERTISEMENT


ପୁରୀ, ୨୨।୬(ବ୍ୟୁରୋ ): ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନ ଥିବା ବେଳେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ପୁରୀ ପୌରପାଳିକା ପକ୍ଷରୁ ମଧ୍ୟ ଉଠା ଦୋକାନୀକୁ ବଡଦାଣ୍ଡରୁ ଉଠିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ପରେ ପୁରୀ ଉଠା ଦୋକାନୀ ପକ୍ଷରୁ ସ୍ବଗତ କରାଯଆଇଛି । ସେମାନେ ଖୁବ ଶୀଘ୍ର ୩ରୁ ୪ ଘଣ୍ଟା ମଧ୍ୟରେ ଦୋକାନ ଉଠାଇ ନେବେ ବୋଲି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ପୁରୀ ଗସ୍ତ କରିଛନ୍ତି। ୩ ରଥକୁ ମଧ୍ୟ ଯାଞ୍ଚ କରାଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି।

Advertisement