ବାଲିଗୁଡା ବଡଗାଁ ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଘଟଣା : ମୃତ୍ୟୁ ପଛର କାରଣ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ସହ କ୍ଷତି ପୂରଣ ଦାବୀକଲା ଜ଼ିଲ୍ଲା ବିଜେପି

435
ADVERTISEMENT

ଫୁଲବାଣୀରୁ,୨୧-୦୬ {ସୁରେଶ କୁମାର ପଣ୍ଡା}: ସାରା ବିଶ୍ୱରେ ମହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ କନ୍ଧମାଳରେ ମଧ୍ୟ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି l କୋଭିଡ଼ 19କୁ ପ୍ରତିହୁତ କରିବା ପାଇଁ ଜ଼ିଲ୍ଲାରେ 6ଗୋଟି ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି ସେଠାରେ ଖାଇବା ପିଇବା ଠାରୁ ଆରମ୍ଭ କରି ଚିକିତ୍ସା ବ୍ୟବସ୍ଥା ରହିଛି କିନ୍ତୁ ଜ଼ିଲ୍ଲାରେ କିଛି ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି l ଜ଼ିଲ୍ଲାର କେଉଁ ସଙ୍ଘରୋଧ କେନ୍ଦ୍ରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହେଉଛି ତ ଆଉ କେଉଁଠି ଚିକିତ୍ସା ଅଭାବରୁ ଲୋକଙ୍କ ମୃତ୍ୟୁ ଘଟୁଛି ଆଉ କିଏ ମାନସିକ ଦୁଶ୍ଚିନ୍ତାରେ ଜୀବନ ହରୁଛି ସଂଘରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପୋଲିସ ପ୍ରଶାସନର ସୁରକ୍ଷା ଓ ଅଵ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି ବୋଲି କହିଛି ଜ଼ିଲ୍ଲା ବିଜେପି ବାଲିଗୁଡା କୋଭିଡ଼ କେୟାର ହସ୍ପିଟାଲରେ ଜଣେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଘଟଣା ଦିନ ପ୍ରଶାସନ ହଡ଼ବଡେ଼ଇ ଯାଇଛି ଓ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନେତ୍ରମନସେଠଙ୍କୁ ଦୀର୍ଘ ଆଠ ଘଣ୍ଟାକାଳ ଅଟକରଖି ଛାଡ଼ିଛି ତୁମୁଡିବନ୍ଧ ପୋଲିସ l ଗଣତନ୍ତ୍ରରେ ସମସ୍ତଙ୍କ କହିବା ଓ ପ୍ରତିଵାଦ କରିବା ଅଧିକାର ଥିବାବେଳେ ପୋଲିସ ପ୍ରଶାସନ କଣ୍ଠରୋଧ କରୁଥିବା ରୁ ବିଜେପି କଡା ସମାଲୋଚନା କରିଛି ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୋଲି ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ଓ ବିଜେପି ନେତା ତଥା ଆଇନଜୀବି ଭଗବାନ ମହାନ୍ତି କହିଛନ୍ତି କିଛି ଦିନତଳେ ତୁମୁଡିବନ୍ଧ ସଂଘରୋଧ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୃତମଗଡ଼ ନିକଟସ୍ଥ ବୁଡ଼େଲ ପଦର ଗାଁର ହାଇହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ସମ୍ପୂର୍ଣ ମାଝୀ ( 25)ବାଲିଗୁଡା ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳେ ଆତ୍ମହତ୍ୟା ଘଟଣାକୁ ତୀବ୍ରନିନ୍ଦା କରିଛି ମିଳିତ ନାଗରିକ କମିଟି l ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମାନସିକ ଦୁଶ୍ଚିନ୍ତା ଯୋଗୁଁ ଜୀବନ ହାରିଥିବା କହିଛି ପୋଲିସ ଓ ପ୍ରଶାସନ କେଉଁ କାରଣରୁ ଯୁବକ ଜଣକ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ହେଲେ ଓ ଜୀବନ ହରିବାକୁ ବାଧ୍ୟହେଲେ ତାହା ତଦନ୍ତ ସାପେକ୍ଷ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିପୂରଣ ବାବଦକୁ 25 ଲକ୍ଷ ଟଙ୍କା ଦାବୀ କରିଛି ଜ଼ିଲ୍ଲାବିଜେପି ଓ ମୃତକଙ୍କ ପାଖରୁ ମିଳିଥିବା ସୁଇସାଇଡ ନୋଟକୁ ପ୍ରଶାସନର ପ୍ରାୟୋଜିତ କାର୍ଯ୍ୟକ୍ରମ କହିଛି ବିଜେପି ଯଦି ସତସାହସ ଅଛି ଏହାକୁ ସାର୍ବଜନୀନ କରାଯାଉ ବୋଲି ନେତ୍ରମନସେଠ କହିଛନ୍ତି ଏବଂ କନ୍ଧମାଳରେ ଗରିବ ନିରୀହ କୁଟିଆ କନ୍ଧଙ୍କୁ ପ୍ରଶାସନ ନିର୍ଯାତନା ଦେଉଛି ବୋଲି ଅଭିଯୋଗ କରିଛନ୍ତି ନେତ୍ରମାନ ସେଠ ଏବଂ ଏହାର ସି ବି ଆଇ ତଦନ୍ତ କରିବାକୁ ଦାବୀ କରିଛନ୍ତି ସେ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ତାହା ଏବେ ବେଶ ଭାଇରଲ ହେଉଛି ସୂଚନାଯୋଗ୍ୟ ଯେ ଗତ ୬ମାସତଳେ ଗାଁରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସେଠାରୁ ଆସି କୃତମଗଡ଼ ସଂଘରୋଧ କେନ୍ଦ୍ରରେ 14 ଦିନ ପାଇଁ ସଂଘରୋଧରେ ରହି ଘରକୁ ଫେରିଥିଲେ ପରେ ସ୍ୱାସ୍ଥ୍ୟ ଖରାପ ହେବାରୁ 16 ତାରିଖ ଦିନ ବାଲିଗୁଡା ବଡଗାଁ ସ୍ଥିତ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସା ପାଇଁଭର୍ତ୍ତି କରାଯାଇଥିଲା l ମୃତକଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି କିନ୍ତୁ ରିପୋର୍ଟ ଆସିନଥିବା କହିଛନ୍ତି ଉପ ଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ତେବେ ମୃତ ପ୍ରବାସୀଙ୍କ ସ୍ୱାବ ଟେଷ୍ଟକରି ଘରକୁ ଛଡା ଯାଇଥିଲା ନା 16 ତାରିଖ ପରେ ସ୍ୱାବ ନମୁନା ପଠାଗଲା ତାହାତ ତଦନ୍ତ ସାପେକ୍ଷ ରିପୋର୍ଟ ଆସିବା ପରେ ମୃତକ କାରୋନା ଆକ୍ରାନ୍ତଥିଲେ କି ନାହିଁ ଜଣାପଡିବ ତେବେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ପୋଲିସ ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କ ସହମତିରେ ଶବ ଉଦ୍ଧାରକରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡ଼କ୍ଟର ଙ୍କ ଉପସ୍ଥିତି ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ବାଲିଗୁଡାରେ କିଟ ପରିଧାନ କରି ସାମାଜିକ ଦୂରତା ରକ୍ଷାକରି ଶବ ସଂସ୍କାର ପାଇଁ ଅନୁମତି ଦେଇଛି l ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାରଲୋକେl

Advertisement