ବ୍ରହ୍ମପୁର,୨୧-୦୬(ବିଶ୍ଵ ରଞ୍ଜନ ବହିଦାର): ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ଜରୁରୀ ସେବା ଯୋଗାଉ ଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୁଣି ଦଲାଲଙ୍କ ଅଡ୍ଡା । ଓଡିଶା ସରକାର ଗରିବ ରୋଗୀ ନିମନ୍ତେ ନିରାମୟ ଯୋଜନା ରେ ମାଗଣା ଔଷଧ ଯୋଗାଉଛନ୍ତି ଓ ଡାକ୍ତରକୁ ନିରାମୟ ଔଷଧ ଲେଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ବର୍ତମାନ କରନାର ମୁକାବିଲା ପାଇଁ ସକ୍ରିୟ ଥିବାର ସୁଯୋଗ ନେଇ ଦଲାଲ ମାନେ ନିରାମୟ ଔଷଧ ଭଲନାହିଁ କହି ଗରିବ ଲୋକଙ୍କୁ ଠକୁଛନ୍ତି ଓ କେତେକ ଔଷଧ ଦୋକାନରୁ କମିସନ ନେଇ ଡାକ୍ତର ଦେଉଥିବା ପ୍ରେସ ସ୍କ୍ରି ପ୍ ସନ୍ ଗରିବ ରୋଗୀଙ୍କ ଠାରୁ ଛଡାଇ ନେଉଛନ୍ତି ଚଡା ଦରରେ ଔଷଧ କିଣି ରୋଗୀ ଙ୍କୁ ଲୁଟୁଛନ୍ତି ତୁରନ୍ତ ଏହା ବନ୍ଦ କରାଯାଉ, ପୂର୍ବ ଭଳି ଦଲାଲ ମୁକ୍ତ କରାଯାଉ l