ସହିଦ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ଙ୍କ ପ୍ରତି ଗ୍ରାମାଞ୍ଚଳ ସୁରକ୍ଷା ସମିତି କନ୍ଧମାଳର ଗଭୀର ଶ୍ରଦ୍ଧାଞ୍ଜଳି

349
ADVERTISEMENT

କନ୍ଧମାଳ,୨୧-୦୬{ସୁରେଶ କୁମାର ପଣ୍ଡା}: ଭରତ ସହ ଚୀନର ବିବାଦୀୟ ସୀମା ଲଦାଖର ଗୁଲୱାନ ଘାଟିରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ 20ଜଣ ଭାରତୀୟ ଯବାନ ମୃତ୍ୟୁ ବରଣ କଲେ , ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ବୀର ଓଡ଼ିଆ ପୁଅ, କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା ର ନନ୍ଦୁରାମ ସୋରେନ ଯିଏକି ଦେଶମାତୃକାଙ୍କ ପାଇ ଶତ୍ରୁ ସହିତ ଦୃଢ଼ ଭାବେସଂଘର୍ଷ କରି ପ୍ରାଣବଳି ଦେଇ ଗଲେ , ତାଙ୍କର ଆତ୍ମବଳି ପାଇଁ କନ୍ଧମାଳ କାହିଁକି ସାରା ଓଡିଶା , ସମଗ୍ର ଓଡ଼ିଆଜାତି ର ଗର୍ବରେ ଛାତି ଫୁଲିଉଠୁଛି , ଆଜି ନେତା ଜନତା ସମସ୍ତେ ମର୍ମାହତ , ଶୋକରେ ଜର୍ଜରିତ, ତଥାପି ସହିଦ ଚନ୍ଦ୍ରକାନ୍ତ ଓ ତାଙ୍କ ପରିବାର ପ୍ରତି ପଲ୍ଲୀରୁ ସହର ପର୍ଯ୍ୟନ୍ତ ସମସ୍ତେ ସମବେଦନା ଜଣାଇବା ସଂଗେ ସ୍ବର୍ଗୀୟ ଆତ୍ମାର ସଦଗତି ପାଇଁ କନ୍ଧମାଳ ଜିଲ୍ଲା ର ଗ୍ରାମାଞ୍ଚଳ ସୁରକ୍ଷା ସମିତି ର ସଭାନେତ୍ରୀ ତଥା ଗୁଡାରି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି କହଁର, ଶ୍ରୀ ପୁରାଣ ବେହେରା ସମ୍ପାଦକ , ବରୁଣ ବେହେରା , ଉପସଭାପତି , ଶ୍ରୀ ଦୁର୍ବାସା ସେଠି ମୁଖ୍ୟ ଉପଦେଷ୍ଟା , ଏବଂ ଶ୍ରୀ ତ୍ରିନାଥ ମାଝୀ ଅବସର ପ୍ରାପ୍ତ ସୈନିକ ଙ୍କ ନେତୃତ୍ୱ ରେ ସହସ୍ରଧିକ ପୁରୁଷ ମହିଳା ମାନଙ୍କ ଏକ କେଣ୍ଡାଲ ଶୋଭାଯାତ୍ରା ମାଦି କୁନ୍ଦା ଛକରୁ ବାହାରି ଫୁଲବାଣୀ ମୁଖ୍ୟ ସହର ଦେଇ ଗୋପବନ୍ଧୁ ଛକରେ ପହଞ୍ଚିଥିଲା , ଶୋଭାଯାତ୍ରା ଯାଉଥିବା ସମୟରେ ରାସ୍ତାର ଉଭୟ ପାର୍ଶରେ ଥିବା ସମବେତ ଜନତା ଦୁଃଖରେ ଅଭିଭୂତ ହୋଇପଡିଥିବା ଦେଖାଯାଇଥିଲା , ସମସ୍ତଙ୍କ ମୁହଁରୁ ଶୁଭୁଥିଲା ଚନ୍ଦ୍ରକାନ୍ତ ଅମର ରହେ ,, ଚନ୍ଦ୍ରକାନ୍ତ ଅମର ରହେ ,, ଭାରତ ମାତାକି ଜୟ ଧ୍ୱନିରେ ଫୁଲବାଣୀ ସହର ପ୍ରକମ୍ପିତ ହେଉଥିଲା, ଶୋଭାଯାତ୍ରା ଗୋପବନ୍ଧୁ ଛକରେ ପହଞ୍ଚିସାରିବାପରେ ଚନ୍ଦ୍ରକାନ୍ତ ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇ ଥିଲା ଶେଷରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଜନତାଙ୍କୁ ସଭାନେତ୍ରୀ ଗୀତାଞ୍ଜଳି କହଁର ସାଧୁବାଦ ଜଣେଇ ଶୋଭାଯାତ୍ରା ର ସମାପ୍ତି ଘେଷଣା କରିଥିଲେ।

Advertisement