ତୃତୀୟ ପର୍ଯ୍ୟାୟ ସ ଟ ଡାଉନ୍ ରେ ରେଶମ ସହର ବ୍ରହ୍ମପୁର ସମ୍ପୂର୍ଣ୍ଣ ଜନଶୂନ୍ୟ

338
ADVERTISEMENT

ବ୍ରହ୍ମପୁର୨୦/୦୬(ଗୁରୁ ପ୍ରସାଦ ପଟ୍ଟନାୟକ): ବର୍ତ୍ତମାନ ସମଗ୍ର ଓଡ଼ିଶାରେ କରନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସପ୍ତାହର ୨ଦିନ ସମ୍ପୂର୍ଣ୍ଣ ସ ଟ ଡାଉନ୍ ଘୋଷଣା କରିଛନ୍ତି । ତେବେ ଆଜି ହେଉଛି ସ ଟ ଡାଉନ୍ ର ତୃତୀୟ ପର୍ଯ୍ୟାୟ । ଏଥିପାଇଁ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ସହର ମଧ୍ୟକୁ ପ୍ରବେଶ କରୁଥିବା ପଥକୁ ବ୍ୟାରିକେଡ଼ କରି କଡ଼ା କଡ଼ି ଯାଞ୍ଚ୍ କରାଯିବା ସହ କୌଣସି ଗୁରୁତ୍ୱ ପୂର୍ଣ୍ଣ କାମ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ଜନସାଧାରଣ ମାନଙ୍କୁ ସଚେତନ କରାଯାଉଛି ଏବଂ ମ୍ୟୁନିସିପାଲଟି ଅଧିକାରୀ ମାନେ ବୁଲି ବୁଲି ଏହାର ତଦାରଖ କରୁଛନ୍ତି।

Advertisement