କୁକୁଡ଼ାଖଣ୍ଡି,୧୮-୦୬(ଇ.ରଞ୍ଜନ): ଦିନକୁ ଦିନ ମହାମାରୀ କୋରନା ତାର କରାଳ ରୂପ ଧରାପୃଷ୍ଟରେ ଦେଖେଇବାରେ ଲାଗିଚି I ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ କରୁକରୁ ବହୁ ଯୋଦ୍ଧା ବର୍ତ୍ତମାନ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଚନ୍ତି I ଏହିଭଳି ସ୍ଥିତିରେ ଯାହା ସରକାରି ତଥ୍ୟ କହୁଚି ସାଙ୍ଗରୋଧ କେନ୍ଦ୍ର ବାହାରେ ଅର୍ଥାତ ସ୍ଥାନୀୟ ଲୋକ ମଧ୍ୟ ପ୍ରତିଦିନ ବହୁ ମାତ୍ରାରେ ଆକ୍ରାନ୍ତ ଚି଼ହ୍ନଟ ହେଉଚନ୍ତି I ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ପାଣ୍ଡିଆଝୋଳି ଗ୍ରାମକୁ ଦ୍ୱିତୀୟ ଥର ପାଇଁ ସିଲ କରିଚନ ସ୍ଥାନୀୟ ପ୍ରଶାସନ I ପୂର୍ବରୁ ଉକ୍ତ ଗ୍ରାମରେ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଗ୍ରାମର ଲୋକମାନଙ୍କ ଉପରେ ଦୀର୍ଘ ଏକ ସପ୍ତାହ ଧରି ଗମନା ଗମନ ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗେଇ ଦିଆ ଯାଇଥିଲା I
ଆକ୍ରାନ୍ତ ଯୁବକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କାହାର କୋରାନା ଲକ୍ଷଣ ନଥିବା ଏବଂ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଫେରିବା ପରେ ଗ୍ରାମରୁ ନିଷିଦ୍ଧIଦେଶ ହଟେଇ ଦେଇଥିଲା କିନ୍ତୁ ବର୍ତ୍ତମାନ ଆଉ ଜଣେ ଯୁବକ ଆକ୍ରାନ୍ତ ଚି଼ହ୍ନଟ ପରେ ପୁଣି ଗାଁ ମୁଣ୍ଡରେ ବାଡ଼ ଭିଡିଚନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ I ଅନ୍ୟପକ୍ଷରେ କୁକୁଡାଖଣ୍ଡି ଗ୍ରାମର ଜଣେ ଗ୍ୟାସ ବିତରକ ସଂସ୍ଥାର ଜଣେ ଯୁବକ କୋରନା ଆକ୍ରାନ୍ତ ହେବାପରେ ଗ୍ରାମର ଗୌଡ଼ ସାହି ଓ ତେଲଙ୍ଗା ସାହିକୁ ସିଲ କରିଚି ପ୍ରଶାସନ I ସିଲ କରିବା ପାନୀୟ ଜଳ ପରି ମୌଳିକ ସୁବିଧା ପାଇପାରୁନଥିବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଚି I
ଅନ୍ୟପକ୍ଷରେ ନିର୍ଦ୍ଧିଷ୍ଟ ସଂସ୍ଥାକୁ ସିଲ କରାଯାଇନଥିବା ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିବା ଦେଖିବାକୁ ମିଳିଚି I କୁକୁଡାଖଣ୍ଡି ଆଖପାଖ ଅଞ୍ଚଳରେ ମଧ୍ୟ ବହୁ ଗ୍ରାମରେ ଘରକୁ ଘର ବୁଲି ଗ୍ୟାସ ବିତରଣ କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇନପରେ I ବିଶେଷ କରି ଉକ୍ତ ସଂସ୍ଥାକୁ ସିଲ କରିବା ସହ ବିଶୋଧନ କରିବା ପାଇଁ ସାଧାରଣରେ ଦାବି ଉଠୁଚି I କୁକୁଡାଖଣ୍ଡି ତହସିଲଦାର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ଏବଂ ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତି ଉକ୍ତ ଗ୍ରାମକୁ ଯାଇ କିପରି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଥର୍ମାଲ ସ୍କ୍ରିନି ସହିତ ସ୍ୱାସ୍ଥ୍ୟବସ୍ତା ଯାଞ୍ଚ ତନଖି କରିଥିଲେ I