କନ୍ଧମାଳ,୧୪-୦୬(ସୁରେଶ କୁମାର ପଣ୍ଡା): ସାରା ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରିଛି ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇବଢ଼ି ଚାଲିଥିବା ବେଳେ ଓଡିଶା ତଥା କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି l
କୋଭିଡ ୧୯ର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସଚେତନ ଗୀତ ମାଧ୍ୟମରେ ସଚେତନତା ସତ୍ତ୍ୱେ ଏହାର କୌଣସି ପ୍ରଭାବ ପଡୁନି l
ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଲୋକେ କଟକଣାକୁ ନ ମାନି ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଉଥିଲେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ l ବିବାହ ବ୍ରତ ଓ ଧାର୍ମିକ କାର୍ଯ୍ୟକ୍ରମରେ ୫0ଜଣ ଲୋକ ରହିବା ପାଇଁ ଅନୁମତି ସତ୍ୱେ ବାଲିଗୁଡା ଥାନାର ବିଭିନ୍ନ ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ଦେଖିବାକୁ ମିଳିଛି ସେହିପରି ସାପ୍ତାହିକ ହାଟ ଓ ଦୋକାନ ବଜ଼ାର ଗୁଡିକରେ ବିନା ମାସ୍କରେ ସାମାଜିକ ଦୂରତ୍ୱକୁ ଭୁଲି ଓ ମହାମରୀ କରୋନାକୁ ନଡରି ଆଇନକୁ ଭାଙ୍ଗି ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି l
ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l
ବାଲିଗୁଡା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ସୁଡ୍ରା ଗ୍ରାମରେ ଶୁକ୍ରବାର ଓ ଶନିବାର ଦିନ ଏକ ବିବାହ ଭୋଜି ଓ ଝିଅ ବଡ଼ କନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶହ ଶହ ଲୋକ ବିବାହ ଭୋଜିରେ ରୁଣ୍ଡ ହୋଇଥିବା ବେଳେ ନା ସେମାନେ ମାସ୍କ ପରିଧାନ କରିଥିଲେ ନା ଥିଲା ସାମାଜିକ ଦୂରତ୍ୱ ଗ୍ରାମବାସୀଙ୍କ ଅଭିଯୋଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ |