ବାଲେଶ୍ବର,୧୨/୬(ନରେନ୍ଦ୍ର ପ୍ରସାଦ ବେହେରା ):ଗତ ତା ୭/୬/୨୦୨୦ରିଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ମାନ୍ୟତା ଉପଲକ୍ଷେ ବିଧି ବଦ୍ଧ ରୀତିରେ ସମ୍ମାନ ଜଣାଇଲା କେନ୍ଦୁଝର ଜିଲ୍ଲା ଜମ୍ଭରା ଗ୍ରାମର ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନ । ଏହି ଉପଲକ୍ଷେ ଉକ୍ତ ସଂସଦ ଆନୁକୂଲ୍ୟରେ ଅନ ଲାଇନ ୱାଟସପ ମାଧ୍ୟମରେ ଏକ କବିତା ଆସର ଅନନ୍ୟା ନବ କଳେବର ଏକପଦୀମାଳା-୧୭ କାର୍ଯ୍ୟକ୍ରମ କରାଯାଇଥିଲା ।ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ପୂର୍ବତନ ନିର୍ଦ୍ଦେଶକ ଆକାଶବାଣୀ ସୁସାହିତ୍ୟିକ ଡ଼ଃ କୃତିବାସ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନନ୍ୟା ଉପଦେଷ୍ଟା ଓ ସମୀକ୍ଷକ ଡ଼ଃ ମହେନ୍ଦ୍ର ପ୍ରସାଦ ଦାସ ଉଦ୍ଘାଟକ ଓ ସୁସାହିତ୍ୟିକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପର୍ଯ୍ୟବେକ୍ଷକ ଭାବେ ଏହି କାର୍ଯ୍ୟକ୍ରମ ତୁଲାଇଥିଲେ । ସର୍ବପ୍ରଥମେ ଶ୍ରୀ ସେନାପତିଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଏହାକୁ ସମ୍ମାନ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଡ଼ଃ ନାଏକଙ୍କ ଭାଷା ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମର କର୍ତ୍ତବ୍ୟ ଆହ୍ୱାନ ସତରେ ଉପାଦେୟ ଥିଲା ।
ତତ୍ପରେ ଉଦ୍ଘାଟକ ମହୋଦୟ ସୁନ୍ଦର ପ୍ରସଙ୍ଗ ବନ୍ଦେ ଉତ୍କଳ ଜନନୀ ଦେଇ ଏହାକୁ ଆଧାର କରି ଏକପଦୀ ରଚିବା ପାଇଁ ଆହ୍ୱାନ କରିଥିଲେ । ଓଡ଼ିଶାର ୩୦ଜିଲ୍ଲା ସମ୍ବଳିତ ୧୮୬ସଦସ୍ୟ ବିଶିଷ୍ଟ ଏ ପରିବାରରେ ୧୦୦ରୁ ଉର୍ଦ୍ଧ୍ଵ ବିଶିଷ୍ଟ କବି କବୟିତ୍ରୀମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ ନିଜର ଚିନ୍ତା,କଳ୍ପନା,ଅଭିଜ୍ଞତାକୁ ପାଥେୟ କରି ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ଭାଷା,ଜାତି,ଉତ୍କଳର ଶୋଭା କୀର୍ତ୍ତିରାଜି ବର୍ଣ୍ଣିତ ୩୩୦ ରୁ ଉର୍ଦ୍ଧ୍ଵ ଏକପଦୀ କବିତା ରଚନା କରି ଉତ୍କଳ ମାତାଙ୍କୁ ଉତ୍ସର୍ଗ କରିଥିଲେ ।ସୁଶିକ୍ଷକ ସାହିତ୍ୟପ୍ରେମୀ ଗଜନୀ ଚନ୍ଦ୍ରଶେଖର ସାହିତ୍ୟିକ ସାହିତ୍ୟିକା ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସୁସାହିତ୍ୟିକ ପରିଚାଳକ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଅନୁଭୂତି କଥନ ପରେ ପରେ ଶୃଙ୍ଖଳା ପରିଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଅନ ଲାଇନ ବାର୍ତ୍ତା ମାଧ୍ୟମରେ ଉକ୍ତ ଅନୁଷ୍ଠାନର ପୃଷ୍ଠପୋଷକ ବିଜୟ କୁମାର ମଲ୍ଲିକ,ପଞ୍ଚାନନ ମଲ୍ଲିକ,ପ୍ୟାରୀମୋହନ ମଲ୍ଲିକ,ଅଶ୍ୱିନୀ କୁମାର ମହାନ୍ତି,ମାନସ ରଞ୍ଜନ ପାଠୀ, ବିଶ୍ୱରଞ୍ଜନ ମହାନ୍ତି,ପୁଷ୍ପିତା ପହି,ବିନୋଦ କୁମାର ରାଉତ, କାହ୍ନୁଚରଣ ହାତୀ,ନୃସିଂହ ଚରଣ ହାତୀ,ଚିନ୍ମୟ ନାୟକ,ସ୍ମିତ ରଞ୍ଜନ ସେନାପତି,ରଞ୍ଜନ କୁମାର ମହାପାତ୍ର,ଅମୁଲ୍ୟ ହାତୀ,ବିଜୟ କୁମାର ନାୟକ,ଜଗମୋହନ ନାୟକ,ସ୍ଥିତପ୍ରଜ୍ଞା ହୋତା ସହ ଶହ ଶହ ଶୁଭେଚ୍ଛା ଜଣାଇଥିଲେ ।