କୁକୁଡାଖଣ୍ଡିରେ ବିଜୁ ପକ୍କାଘର କେଳେଙ୍କାରୀ: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସାତପହଣ୍ଡିଆ ଯୁବଗୋଷ୍ଠୀ

1024
ADVERTISEMENT

କୁକୁଡାଖଣ୍ଡି,୧୧-୦୬(ଇ.ରଞ୍ଜନ): ଦୁର୍ନୀତିର ଫର୍ଦ କୁକୁଡାଖଣ୍ଡି ପଞ୍ଚାୟତ ସମିତି ପାଇଁ ନୂଆକଥା ନୁହେଁ I ଯେଉଁଠି ସରକାରୀ ପକ୍କାଘର ଖଣ୍ଡିଏ ପାଇବା ପାଇଁ ସରପଞ୍ଚ ଶ୍ରମିକ ପାଲଟି ଯାଆନ୍ତି I କିନ୍ତୁ ଦିନକୁ ଦୁଇଓଳି ଖାଇବାକୁ ନଥିବା ଲୋକ ପାଖରେ ସରକାରୀ ଯୋଜନା ସାତସପନ ପାଲଟିଯାଆଏ I ଆଉ ଯାହାର ମୁଖ୍ୟ କାର୍ପେଟଦାର ସାଜୁଛନ୍ତି ନିର୍ବାଚନ ସମୟରେ ସେଇ ଚାଳଛପର ନଥିବା ଭୋକିଲା ଗରିବଙ୍କ ପାଖରେ ହାତପତାଇ ଭୋଟ ଖଣ୍ଡିଏ ମାଗିଥିବା ହାତଗଣତି କିଛି ନିର୍ଲଜ ରାଜନେତା I ବିଚିତ୍ର ନିୟମ ଗରିବଙ୍କୁ ଛାଡ଼ି ସ୍ୱଚ୍ଛଳ ବ୍ୟକ୍ତି ହାତେଇଛନ୍ତି ବିଜୁ ପକ୍କାଘର ତାହା ପୁଣି ତିଆରି ହୋଇଚି ମାର୍ବଲ ଖଞ୍ଜିତ ଚକମକିଆ ରୂପରେ I ଘରର ଦୁଆର ଦେଖିଲେ ଜଣା ପଡ଼ିଯିବ ବ୍ୟକ୍ତି ଜଣଙ୍କର ଆର୍ଥିକ ଅବସ୍ଥା କେତେ ସ୍ଵଛଳ I ଦାଣ୍ଡରେ ନାହିଁ ଫଳକ କି ସରକାରୀ ବାସଗୃହର କୌଣସି ଲକ୍ଷଣ I ଆମେ କହୁଚୁ କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତ ଅନ୍ତର୍ଗତ ସାତପହଣ୍ଡିଆ ଗ୍ରାମର ଦୁର୍ନୀତି କଥା I

ଏ ବାବଦୀୟ ଅଭିଯୋଗ ଗ୍ରାମର କିଛି ଯୁବଗୋଷ୍ଟି ଏକତ୍ରିତ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦେଇଚନ୍ତି I ସେମାନଙ୍କ ଅଭିଯୋଗ ହେଲା 2016-17 ଆର୍ଥିକ ବର୍ଷରେ ଉକ୍ତ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମହାଙ୍କୁଡ ନାମକ ଜଣେ ବ୍ୟକ୍ତିଙ୍କୁ ସରକାରୀ ହିତାଧିକାରୀ ରୂପେ ଚୟନ କରି ବାସଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦେଇଚି ପ୍ରଶାସନ ଏବଂ ସେହି ସମୟରେ ହିଁ ସରକାରଙ୍କ ଠାରୁ 20000 ଟଙ୍କା ଅର୍ଥରାଶି ପାଇଛନ୍ତି I କିନ୍ତୁ ଦେବରାଜ ମହାଙ୍କୁଡ ନାମରେ ପ୍ରଶାସନକୁ ଘରର ପଟ୍ଟା ଦେଇଥିବାବେଳେ ପ୍ଲଟ ନମ୍ବର 878/3603 ରେ ରଘୁନାଥ ଶତପଥିଙ୍କ ଜାଗାରେ ବାସଗୃହ ନିର୍ମାଣ ହୋଇଚି ଯାହା ସମ୍ପୂର୍ଣ ରୂପରେ ବେଆଇନ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି I ପୂର୍ବରୁ ଅଭିଯୋଗ ପରେ ତତ୍କାଳୀନ କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ ତଦନ୍ତ କରି କାର୍ଯ୍ୟ ବାତିଲ କରିଥିଲେ କିନ୍ତୁ ମାର୍ବଲ ଯୁକ୍ତ ସମ୍ପୂର୍ଣ ଚକମକିଆ ବାସଗୃହ ନିର୍ମାଣ ପରେ ବ୍ଲକ ପ୍ରଶାସନ ପୁଣି ଚଞ୍ଚକତା କରି ପୁଣି ଅର୍ଥ ମଞ୍ଜୁରି କରିଚି I ଏହାର ନିରପେକ୍ଷ ତଦନ୍ତ କରି ଗୃହ ଯୋଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଯୁବକ ଗୋଷ୍ଟି ଲିଖିତ ପତ୍ରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି I

Advertisement