ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡ ହସ୍ପିଟାଲ ରୂପେ ବିଜ୍ଞପିତ ସମସ୍ତ ସିଜିଏଚଏସ ହସ୍ପିଟାଲରେ ହିତାଧିକାରୀଙ୍କୁ ମିଳିବ ଚିକିତ୍ସା

224
ADVERTISEMENT

ଭୁବନେଶ୍ୱର,୧୧-୦୬ (ଡିଏଚ): କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା (ସିଜିଏଚସ) ଦ୍ଵାରା ଅନୁବନ୍ଧିତ ସମସ୍ତ ସ୍ୱାସ୍ଥ୍ୟ ସେବା ସଙ୍ଗଠନକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଭିନ୍ନ ବେସରକାରୀ ହସ୍ପିଟାଲ ଓ ନିଦାନ କେନ୍ଦ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ନେଇ ସିଜିଏଚଏସ ହିତାଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନର ସମୀକ୍ଷା କରି ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମନ୍ତ୍ରଣାଳୟଙ୍କ ଆଦେଶ ଅନୁସାରେ ସମସ୍ତ ସିଜିଏଚଏସ ଅନୁବନ୍ଧିତ ହସ୍ପିଟାଲ ଯେଉଁଗୁଡିକ କି ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡ-୧୯ ହସ୍ପିଟାଲ ଭାବେ ବିଜ୍ଞପିତ ହୋଇଛନ୍ତି ସେମାନେ ସିଜିଏଚଏସ ହିତାଧିକାରୀଙ୍କୁ କୋଭିଡ ଉପଚାର ବାବଦ ସମସ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବେ । ସେହିଭଳି କୋଭିଡ ହସ୍ପିଟାଲ ଭାବେ ବିଜ୍ଞପିତ ହୋଇନଥିବା ସମସ୍ତ ସିଜିଏଚଏସ ଅନୁବନ୍ଧିତ ହସ୍ପିଟାଲଗୁଡିକ ସିଜିଏଚଏସ ହିତାଧିକାରୀମାନଙ୍କୁ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଦେବାକୁ ମନା କରିପାରିବେ ନାହିଁ । ଏହି ନିର୍ଦ୍ଦେଶାବଳୀର ଉଲଂଘନ ହେଲେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Advertisement