ସମାଜସେବାରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

270
ADVERTISEMENT


ବାଲେଶ୍ବର,୫। ୬ (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ଅଞ୍ଚଳର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସତ୍ୟଵ୍ରତ ନାରାୟଣ ବେହେରା କରୁଛନ୍ତି ସମାଜସେବା । ଚାକିରୀରୁ ଅବସରନେବା ପରେ ସମାଜସେବା ପ୍ରତି ମନବଳାଇ ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟ କରି ଚାଲିଛନ୍ତି ନିଜ ଅଞ୍ଚଳରେ । ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ମହାମାରୀ କବଳରେ କବଳିତ । ସକାଳ ଠାରୁ ସଞ୍ଜ ପର୍ୟ୍ୟନ୍ତ ପ୍ରତି ଗାଁକୁ ଯାଇ ଲୋକମାନଙ୍କ ସଚେତନ କରୁଛନ୍ତି । ଚଳିତ ବର୍ଷ ମେ ମାସ ୧୭ ତାରିଖ ଠାରୁ ପ୍ରଥମେ ରଟିଣା ପଞ୍ଚାୟତରୁ ଆରମ୍ଭ କରି ବର୍ତ୍ତନା, ହରିପୁର, ବାଉଁଶଗଡିଆ, ବଡ଼ନୂଆଗାଁ,ଖଇରା,କୁପାରୀ, ନହଙ୍ଗ,ପଳସା,ଗୋଳିହା,ଅମରିଆ-ଅଗ୍ନିପୁର,ନୟାଖଣ୍ଡି ଓ ଗଡପୋଖରୀ ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମନଙ୍କୁ ଭେଟି କରୋନା ମହାମାରୀରୁ କିପରି ନିଜ ଜୀବନକୁ, ନିଜ ପରିବାରକୁ ଓ ନିଜ ଗାଁକୁ ରକ୍ଷା କରିହେବ ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଏଥି ସହିତ ମାକ୍ସ, ସାବୁନ ଓ ଶୁଖିଲା ଖାଦ୍ୟବାଣ୍ଟିଛନ୍ତି । ସାରକୋଣା ଗ୍ରାମରେ ପହଞ୍ଚି ସରକାରଙ୍କ ନୀତି ନିୟମକୁ ସମ୍ମାନ ଜଣାଇ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ପଡିଆରେ ଗ୍ରାମଲୋକଙ୍କୁ ଏକତ୍ରିତ କରି ସଚେତନତା କରାଇବା ସହିତ ମାକ୍ସ ଓ ସାବୁନ ବାଣ୍ଟିବା ସହିତ ହାତଧୁଆ ବି ଶିଖାଇଥିଲେ । ଗ୍ରାମର ଅଙ୍ଗନବାଡି କର୍ମୀ ଏବଂ ଭାରତୀୟ ମଜଦୁର ସଙ୍ଘ, ରାଜ୍ୟ ଆଶାକର୍ମୀ ସଙ୍ଘର ଉପସଭାପତି (ଆଶା ଦିଦି) କୁମମଣି ଦେଇ ସଚେତନ ବାର୍ତ୍ତା ଦେବା ସହିତ ଶ୍ରୀ ବେହେରାଙ୍କୁ ଏଭଳି ସାମାଜିକ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଏବାବଦରେ ଯାହାବି ଖର୍ଚ୍ଚ ହେଉଛି ଶ୍ରୀ ବେହେରା ତାଙ୍କର ପେନସନ୍ ଟଙ୍କାରୁ ଖର୍ଚ୍ଚ ଲୋକମାନଙ୍କ ପାଇଁ କରୁଛନ୍ତି । ଏଭଳି ସମାଜସେବା କାର୍ୟ୍ୟକ୍ରମ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରୁଛନ୍ତି ।

Advertisement