ବାଲେଶ୍ଵର, ୪/୬(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଞ୍ଚଳରୁ ପୃଥକ୍ ପୃଥକ୍ ଘଟଣାରେ ୨ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଗତ କିଛିଦିନ ତଳେ ଔପଦା ଥାନା ଗୋସେଇଁପାଟଣା ଗ୍ରାମର ଗୃହ ବିବାଦରୁ କଳହ ସୃଷ୍ଟି ହୋଇଥିଲା । ସେହି କଳହ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ କୁରାଢୀରେ ହଣାହଣି ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁତର ଗଜେନ୍ଦ୍ରର ସ୍ତ୍ରୀ ଏବଂ ବୁଦ୍ଧିରାମ ସେନାପତିକୁ ପୋଲିସ ନିଜ ହେପାଜତରେ ନେଇ ଚିକିତ୍ସା କରୁଥିଲା । ଆରୋଗ୍ୟ ହୋଇ ଗଜେନ୍ଦ୍ରର ସ୍ତ୍ରୀ ଏବଂ ଗଜେନ୍ଦ୍ର ଘରେ ରହୁଥିଲେ । ଉକ୍ତ କେସର ତଦନ୍ତ ନେଇଥିବା ଏ.ଏସ. ଆଇ. ନଗେନ ଦାସ ଏବଂ ଥାନା ଅଧିକାରିଣୀ ସୁଜାତା ଖମାରୀ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେହିପରି ଥାନା ଅଧିକାରିଣୀ ଖମାରୀ ବିଶେଷ ସୂତ୍ରରୁ ଖବରପାଇ ସଦଳବଳେ ବେତେଇ ଅଞ୍ଚଳରେ ଚଢାଉକରି କୁନି ବେହେରାକୁ ଗିରଫ କରିଥିଲେ । ପୋଲିସ ଉଭୟଙ୍କ ନାମରେ ପୃଥକ୍ ପୃଥକ୍ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।