କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

280
ADVERTISEMENT

ବାଲେଶ୍ଵର,୩୦- ୦୫ (ନରେନ୍ଦ୍ର ପ୍ରସାଦ ବେହେରା): ଆଜି ସାରା ରାଜ୍ଯ ତଥା ଦେଶ କରୋନା ମହାମାରୀରେ ଆତଙ୍କିତ । ଏଥିରୁ କିପରି ନିସ୍ତାର ମିଳିବ ସେଥିପାଇଁ ଡାକ୍ତର, ପୋଲିସ, ତହସିଲ ଓ ବ୍ଲକ ପ୍ରଶାସନ, ଆଶା ,ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଓ ସାମ୍ବାଦିକମାନେ ଦିନରାତି ଯୁଦ୍ଧ କରିଚାଲିଛନ୍ତି । ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ଲୋକମାନେ କିପରି କରୋନା ମହାମାରୀରୁ ଜୀବନକୁ ବଞ୍ଚିଇ ରଖିବେ ସେଥିପାଇଁ ଏମାନେ ନିଜ ଜୀବନକୁ ଖାତିରି ନ କରି ଲୋକମାନଙ୍କ ସେବାରେ ଲାଗି ପଡିଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ସକାଶେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ସାରା ରାଜ୍ୟରେ ଘ୫.୩୦ମିରେ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରାର ଜନଜାଗରଣ ମଞ୍ଚ,ପ୍ରତିଭା ପରିବାର, ଖଇରା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଖଇରା ସ୍ଥିତ ଜନଜାଗରଣ ମଞ୍ଚ ସମ୍ମୁଖରେ ଅପରାହ୍ନ ଘ୫.୩୦ମିରେ ନିରଞ୍ଜନ ବେହେରା, ଚିନ୍ତାମଣି ସାହାଣୀ,କୃଷ୍ଣଚନ୍ଦ୍ର ପତ୍ରୀ,ଦେବେନ୍ଦ୍ର ରାଉତ,ସଂକୀର୍ତ୍ତନ ପଣ୍ଡା,କୈଳାସ ଚନ୍ଦ୍ର ପୃଷ୍ଟି, ରାମକୃଷ୍ଣ ଦାସମହାପାତ୍ର,ଉମେଶ ଚନ୍ଦ୍ର ନାୟକ ଗଗନବିହାରୀ ପଣ୍ଡା,ସନାତନ ବେହେରା, ପ୍ରଶାନ୍ତ କୁମାର ଦାସ,ଜୟନ୍ତୀ ମହାରଥା,ବିମନ କୁମାର ବାରିକ,ବୁଧିରାମ ପାଣିଗ୍ରାହୀ, ପରେଶ ବାରିକ,ପଙ୍କଜ ମହାନ୍ତି, ରମେଶ ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ଦେବେଶ କୁମାର ଶତପଥୀ,ଜଗତାନନ୍ଦ ପଲେଇ, ବିନୋଦ ଦାସ, ଜନଜାଗରଣ ମଞ୍ଚର ସଭ୍ଯ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଏକତ୍ରିତ ହୋଇ ସାମାଜିକ ଦୂରତା ପ୍ରତି ଧ୍ଯାନ ଦେଇ କରୋନା ଯୁଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଉତ୍କଳ ସଙ୍ଗୀତ ଗାନ କରିଥିଲେ । ବଜାରବାସୀ ଠାରୁ ଆରମ୍ଭ କରି ବହୁ ଲୋକ ସହଯୋଗ କରିଥିଲେ ।

Advertisement