ବାଲେଶ୍ଵର, ୩୦।୫ (ନରେନ୍ଦ୍ର ପ୍ରସାଦ ବେହେରା): ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ, ଖଇରା, ବାଲେଶ୍ଵର ତରଫରୁ ଆରମ୍ଭ ହୋଇଥିବା ହ୍ଵାଟ୍ସଆପ୍ ଗଦ୍ୟ ପ୍ରତିଯୋଗିତାର ୫ମ ପର୍ୟ୍ୟାୟରେ ସାରା ରାଜ୍ୟରୁ ମୋଟ ୨୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାରୁ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଛି । ପ୍ରଥମ ପର୍ୟ୍ୟାୟରେ ୧୨ ଜଣ, ୨ୟ ପର୍ୟ୍ୟାୟରେ ୧୫ ଜଣ ,୩ୟ ପର୍ୟ୍ୟାୟରେ ୨୪ଜଣ, ୪ର୍ଥ ପର୍ୟ୍ୟାୟରେ ୮ଜଣ ଓ ୫ମ ପର୍ୟ୍ୟାୟରେ ୨୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଏହି ୫ମ ପର୍ୟ୍ୟାୟର ପ୍ରତିଯୋଗୀମାନେ ହେଲେ ଯଥା-ରଞ୍ଜନ କୁମାର ପଣ୍ଡା,ଗୁପ୍ତେଶ୍ବର, କୋରାପୁଟ, ସୀମାଞ୍ଚଳ ପଣ୍ଡା, ଡେଙ୍ଗାଡି, ଗଞ୍ଜାମ, ସନ୍ଧ୍ୟା ରାଣୀ ଦାଶ,ଜଗତସିଂହପୁର, ପ୍ରତାପ କିଶୋର ରାଉତ,ଧକୋଠା, କେନ୍ଦୁଝର, ସସ୍ମିତା ଦାସ, ଗାୟତ୍ରୀ ନଗର, ଢେ଼ଙ୍କାନାଳ, ମାନସ ରଞ୍ଜନ ଜେନା, ନିମା, ବାଲେଶ୍ବର, ବାସନ୍ତୀ ଲତା ଜେନା,ଗାନ୍ଧିନଗର, ନବରଙ୍ଗପୁର, ଅଶୋକ କୁମାର ପତି,ଖଙ୍କିରା, ଢେ଼ଙ୍କାନାଳ, ଶ୍ରୀନିବାସ ଜେନା,ଜାଲଖାଇ, ଗଞ୍ଜାମ, ସରସ୍ବତୀ ପଣ୍ଡା, ଶ୍ରୀରାମପୁର, ମଙ୍ଗଳପୁର, ଯାଜପୁର, ନିବେଦିତା ମହାପାତ୍ର, ମୁକୁନ୍ଦମିଶ୍ର ନଗର,ଗୋପୀନାଥପୁର, ପୁରୀ, ସ୍ବର୍ଣ୍ଣଲତା ପତି,ସମ୍ବଲପୁର, ସୁଧାଞ୍ଜଳୀ ମିଶ୍ର, ରଘୁପତିନଗର, ବ୍ରହ୍ମପୁର, ଗଞ୍ଜାମ, ଛବିରାଣୀ ପତି, ମଧ୍ୟଶାସନ, ବିରିଡି, ଜଗତସିଂହପୁର, ରୁକ୍ମଣୀ ସାହୁ,ଉଦଳା, ମୟୂରଭଞ୍ଜ, ସୁଜାତା ମହାନ୍ତି, ତୁଳସୀପୁର, କଟକ, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଲକାନଗିରି, ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ ଓ ମାମିନୀ ଦାଶ,ଜୟପୁର, କୋରାପୁଟ । ଦୂରେଇ ଯାଉଥିବା ଗଦ୍ୟ ସାହିତ୍ୟକୁ ନିକଟତର କରିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ମୂଳ ଲକ୍ଷ୍ୟ ହୋଇଥିବାରୁ ଏହି ପ୍ରତିଯୋଗିତାରୁ ଗଦ୍ୟ ସାହିତ୍ୟ ପ୍ରତି ସାଧିକା/ସାଧକ ମାନଙ୍କର ଆଗ୍ରହ ପ୍ରକାଶ ପାଉଥିବାର ଜଣାପଡିଛି । ପ୍ରତି ଲେଖାକୁ ସମୀକ୍ଷା କରିବା ପାଇଁ ଏକ ସମୀକ୍ଷା ମଣ୍ଡଳୀ ଗଠନ କରାଯାଇଛି । ସୁ-ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷା ପରେ ଆସନ୍ତା ମଙ୍ଗଳବାର ଦିନ ୧୦ଟା ପରେ ଫଳାଫଳ ଘୋଷଣା କରାଯାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ୟ୍ୟକ୍ରମ ରହିଛି ଏବଂ ଯେପର୍ୟ୍ୟନ୍ତ ଗଦ୍ୟ ସାହିତ୍ୟର ଅଗ୍ରଗତି ନ ହୋଇଛି ସେପର୍ୟ୍ୟନ୍ତ ଏହି ପ୍ରତିଯୋଗିତା ଚାଲୁ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ୫ମ ପର୍ୟ୍ୟାୟରେ ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରସଙ୍ଗ ଥିଲା –ସ୍ବାର୍ଥପରତା ସୁସମ୍ପର୍କର ସବୁଠୁ ବଡ଼ ପ୍ରତି ବନ୍ଧକ ।