କନ୍ଧମାଳ,୨୨-୦୫(ସୁରେଶ କୁମାର ପଣ୍ଡା): ସାଇକଲରେ ତାମିଲନାଡୁରୁ ବରଗଡ଼ ଅଧାବାଟରେ ସହଯୋଗ ହାତ ବଢ଼ାଇଲେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଥାନା ଭାରପ୍ରାପ୍ତ ଅଧିକାରୀ କନ୍ଧମାଳ ବାଲିଗୁଡ଼ା ବ୍ଲକ ଦେଇ ୧୩ ଜଣ ପ୍ରବାସୀ ଓଡ଼ିଆ ସାଇକଲ ଯୋଗେ ବରଗଡ଼ ଯାଉଥିଲେ ସେଠାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରଦେଖିବା ପରେ ପ୍ରବାସୀ ଓଡ଼ିଆଙ୍କୁ ପଚାରି ବୁଝିଥିଲେ ଏହି ୧୩ ପ୍ରବାସୀ ପଞ୍ଜିକରଣ ପରେ ବି ଗାଁକୁ ଆସିପାରୁନଥିଲେ କିଛି ସୁବିଧା ନ କରିବାରୁ ସାଇକଲରେ ବାହାରିଲେ ନିଜ ଗ୍ରାମକୁ l ସାରାଦେଶରେ ମହାମାରୀ କରୋନା କାୟାବିସ୍ତାର କରିଚାଲିଛି ଲକ ଡାଉନ ଫଳରେ ଗାଡିମୋଟର ଟ୍ରେନ ଚଳାଚଳ ଵନ୍ଦ ରହିଛି କମ୍ପାନୀ ଵନ୍ଦ ରହିଛି l ପେଟର ଭୋକହେଉ ଅବା ଜନ୍ମମାଟିର ମୋହ ପ୍ରବସୀଙ୍କୁ ଗାଁକୁ ଫେରିବାକୁ ବାଧ୍ୟକରୁଛି l ଓଡିଶାର ବରଗଡ଼, ନୂଆପଡ଼ା ଜ଼ିଲ୍ଲା ୧୩ ଜଣ ଶ୍ରମିକ ଏକ ଘରୋଇ କମ୍ପାନୀ ଶ୍ରମିକ ଭାବେ କାମକରୁଥିଲେ କମ୍ପାନୀ ବନ୍ଦ ପରେ ସେମାନଙ୍କ ଚଳିବା ବହୁତ କଷ୍ଟ ହୋଇଗଲା ପେଟର ଭୋକ ସହିପାରିଲେନି ବାଧ୍ୟହୋଇ ସାଇକେଲ ଯୋଗେ ଓଡିଶାକୁ ଫେରିବାପାଇଁ ବାଧ୍ୟହେଲେ l ଧୁ ଧୁ ଖରାରେ ଦୀର୍ଘ 1400 କିଲୋମିଟର ଯାତ୍ରାପରେ ବାଲିଗୁଡାରେ ପହଞ୍ଚିଥିଲେ l ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀ ପ୍ରବାସୀଙ୍କ ପାଇଁ ଜଳପାନ, ଶୁଖିଲା ଖାଦ୍ୟ, ରାତ୍ରି ଖାଇବା ବ୍ୟବସ୍ଥା କରିବା ସହ ପ୍ରବାସୀଙ୍କୁ ଗାଡ଼ି ଯୋଗେ ପଠେଇବା ର ବ୍ୟବସ୍ଥା କରିଥିଲେ |