ବଲାଙ୍ଗୀର, ୨୯।୫(ଦେବବ୍ରତ ଗୁରୁ): ଲୋଇସିଂହା ବ୍ଳକ୍ ର ପଣ୍ଡରାନୀ, ବୁଢିପଦର ଏବଂ ପନେସରା ଗାଁ ର ଯୁବକମାନେ ବହୁତ ମାତ୍ରା ରେ ଲୋଇସିଂହା ମାହେଶ୍ୱରି ସଂଗଠନ ରେ ଯୋଗଦାନ କରିଛନ୍ତି । ସେଥିପାଇଁ ମାହେଶ୍ୱରି ସଂଗଠନ ତରଫରୁ ସେହି ଯୁବକମାନଙ୍କୁ ସମ୍ମାନର ସହ ସ୍ୱାଗତ ଜଣାଉଛୁ ଏବଂ ଆଗକୁ କିପରି ଲୋଇସିଂହା ର ସମସ୍ତ ଗାଁ ରେ ଉନ୍ନତି ହେଇପାରିବ ସେ ବିଷୟରେ ଆମେ ପଦକ୍ଷେପ ନେବୁ।