ବ୍ରହ୍ମପୁର,୨୯/୫(ଇ ରଞ୍ଜନ): ବ୍ରହ୍ମପୁର ଗତ ମଧ୍ୟରାତ୍ର ସମୟରେ ବିଜେଡିର ଜଣେ ବେଶ ଲୋକପ୍ରିୟ ନେତାଭାବେ ସୁପରିଚିତ ଦୀର୍ଘ ବର୍ଷବର୍ଷ ଧରି ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତି ଦାୟିତ୍ୱ ସମାପନ କରି ଚାଷୀଙ୍କ ନିକଟତର ହୋଇ ଚାଷୀଙ୍କ ଦୁଃଖର ସାଥି ଭାବେ ଦାୟିତ୍ୱ ବହନ କରି ଆସୁଥିବା ତଥା ସହରର ଜଣେ ଟାଣୁଆ ନେତା ଅଲେଖ ଚୌଧୁରୀ ଘରର ଶୟନ କକ୍ଷର ଏସି ହଠାତ ପୋଡିଯିବା ଫଳରେ ମୃତ୍ୟ ଘଟିଛି ବିପଦ ଘେରରେ ମଧ୍ୟ ସେ ଘର ଭିତରୁ ବିପଦରେ ଥିବା କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଏହି ଭଳି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ତାଙ୍କ ସହ ଭଗବାନ ପାତ୍ର ଏବଂ ସୁନୀଲ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ସୂଚନା । ତେବେ ଏସିର କୌଣସି ଯନ୍ତ୍ରାଂଶ ତୃଟି ଥିବାରୁ ଏଭଳି ଦୁଖଃଦ ଘଟଣା ଘଟିଛି ତାହା ସ୍ୱଷ୍ଟଭାବେ ଜଣାପଡ଼ିନି l