ବଲାଙ୍ଗୀର, ୨୯।୫(ସୁନୀଲ ତ୍ରିପାଠୀ): ବାହାରକୁ ଗଞ୍ଜେଇ ଚୋରାଚାଲଣ ହେଉଥିବା ଅବକାରୀ ବିଭାଗ ଚଢାଉ କରିଛି ।ସୁବର୍ଣ୍ଣପୁର ସହରକୁ ଏକ ଅଲ୍ଟୋ ଗାଡିରେ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲା ବିଭାଗ । ଚଢାଉ ବେଳେ ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି ।ଏମାନଙ୍କ ପାଖରୁ ୧୮ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବଲାଙ୍ଗୀରକୁ ଚାଲାଣ କରାଯାଉଥିଲା । ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତ କଅଁରଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲେ ।
