ବ୍ରହ୍ମପୁର ସଦର,୨୮-୦୫(ଇ.ରଞ୍ଜନ): ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦୟାପଲ୍ଲୀରେ ବୁଧବାର ଏହି ଶୀତଳ ଷଷ୍ଠୀ ଦିନରୁ ଆମ ଧରିତ୍ରୀ ମାତା ଶୀତଳ ହୋଇଥାନ୍ତି ବୋଲି ପୌରାଣିକ ମତରୁ ଜଣାଯାଏ । ଏହି ଶୀତଳଷଷ୍ଠୀ ଦିନ ପ୍ରଭୁ ମହାଦେବ ଶିବଶଙ୍କରଙ୍କ ସହିତ ଦେବୀ ପାର୍ବତୀ ମାତାଙ୍କ ସାଙ୍ଗରେ ବିବାହ ଉତ୍ସବ ହୋଇଥାଏ । ପ୍ରତିବର୍ଷ ଏହି ବିବାହ ଉତ୍ସବ ହେବା ସଙ୍ଗେ ଏ ବର୍ଷ ମଧ୍ୟ ବାଦ ପଡି ନାହିଁ । ଏହି ଶୀତଳଷଷ୍ଠୀ ବିବାହ ଉତ୍ସବ ଗଞ୍ଜାମ ଜିଲ୍ଲାର ଦୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ଵର ମନ୍ଦିର ରେ ଶୀତଳ ଷଷ୍ଠୀ ବିବାହ ଉତ୍ସବ ଆୟୋଜନ ହୋଇ ଯାଇଛି । ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସନ୍ଧ୍ୟା ତମାମ ପୂଜାର୍ଚନା , ଭକ୍ତ ଆଗମନ , ଭୋଗ ପ୍ରସାଦ ବଣ୍ଟନ ହୋଇଛି । ବାଲୁଙ୍କେଶ୍ଵର ମନ୍ଦିର ପୂଜା ସବୁଠାରୁ ନିଆରା ଓ ଭକ୍ତି ଭାବପୂର୍ଣ ରହିଥିବାରୁ ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ । ଏଠାକୁ ଆସିଥିବା ଅନେକ ଶ୍ରଦ୍ଧାଳୁ କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାକ୍ସ ପିନ୍ଧିଥିବା ଦେଖା ଯାଇଥିଲା । ଏହି ବିବାହ ଉତ୍ସବରେ ବର ପିତା ,ମାତା ଏବଂ କନ୍ୟା ପିତା ମାତାଙ୍କ ଦ୍ଵାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏଥିରେ ମନ୍ଦିର ପରିଚାଳନା କମିଟି କେ.ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ୍ୟ ପରିଚାଳନା କମିଟିରେ ସଭାପତି କାପଲ ବାସୁ ଦେବ ,ବି.ମନ୍ତ୍ରୀ ,ପି.କୃଷ୍ଣମୂର୍ତ୍ତି, ଏସ୍.ବପୋସୁ, କେ.ସାହେବ ଅନେକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।