କନ୍ଧମାଳ,୨୮-୦୫(ସୁରେଶ କୁମାର ପଣ୍ଡା): କରୋନା ଭୁତାଣୁ ସଂକ୍ରମିତ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଯୋଗୁଁ ବସ ଯାତାୟତ ଦୁଇ ମାସ ବନ୍ଦ ଥିଲା ଏହା ପୁଣି ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ବସ ମାଲିକ ସଂଘ ରାଜିହେବା ପରେ ଆଜି କିଛି ସହରରେ ବସ ଗଡ଼ିବାର ଦେଖିବାକୁ ମିଳିଛି ଏହା ଆଜି ମା ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ପକ୍ଷରୁ ପ୍ରଥମ କରି ମା ଦକ୍ଷିଣା କାଳି ବସ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଭିମୁଖେ ଯାତାୟତ କରାଯାଇଛି ଯାତ୍ରୀଙ୍କ ଗାଡ଼ି ଭିତରକୁ ପ୍ରବେଶ କରିବା ପୂର୍ବରୁ ଯାତ୍ରୀଙ୍କୁ ସାନିଟାଇଜେର କରିବା ସହ ମାସ୍କ ପିନ୍ଧି ବସିବା ପାଇଁ ଯାତ୍ରୀଙ୍କୁ ସଚେତନ କରାଇଥିଲେ l ଏହି ପ୍ରୟାସ ଆଗକୁ ଜାରି ରହିବା ସହ ସରକାରଙ୍କ ନିୟମକୁ ମାନି ଗାଡ଼ି ଚଲେଇବୁ ବୋଲି ମା ଦକ୍ଷିଣା କାଳୀ ବସ ମାଲିକ ଲୋକନାଥ ପାଢ଼ୀ କହିଛନ୍ତି l