ସେନା କମାଣ୍ଡର ସମ୍ମିଳନୀ

260
Image:currentaffairs.adda247
ADVERTISEMENT

ଭୁବନେଶ୍ବର,୨୭-୦୫: ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ୱିପାକ୍ଷିକ କାର୍ୟ୍ୟକ୍ରମ ଯାହା ଏପ୍ରିଲ ୨୦୨୦ ପାଇଁ ଧାର୍ୟ୍ୟ ହୋଇଥିଲା । କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ବିଚାର ବିମର୍ଶ କାର୍ୟ୍ୟକ୍ରମକୁ ବର୍ତ୍ତମାନ ଦୁଇଟି ପର୍ୟ୍ୟାୟରେ ଆୟୋଜନ କରାଯିବ । ସମ୍ମିଳନୀର ପ୍ରଥମ ପର୍ୟ୍ୟାୟ ୨୭ ରୁ ୨୯ ମେ’ ୨୦୨୦ ଏବଂ ଦ୍ୱିତୀୟ ପର୍ୟ୍ୟାୟ ଜୁନ ୨୦୨୦ର ଶେଷ ସପ୍ତାହରେ ହେବା ନେଇ ଧାର୍ୟ୍ୟ କରାଯାଇଛି ।

ଭାରତୀୟ ସେନାର ସର୍ବୋଚ୍ଚସ୍ତରୀୟ ନେତୃତ୍ୱ ବର୍ତ୍ତମାନର ସୁରକ୍ଷା ଏବଂ ପ୍ରଶାସନିକ ଆହ୍ଵାନ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତୀୟ ସେନା ପାଇଁ ଭବିଷ୍ୟତର କାର୍ୟ୍ୟ ଖସଡା ପ୍ରସ୍ତୁତ କରିବ । ସେନା କମାଣ୍ଡର ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କଲେଜିୟଟ ସିଷ୍ଟମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ ।

ସାଉଥ ବ୍ଲକରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀର ପ୍ରଥମ ପର୍ୟ୍ୟାୟରେ ଲଜିଷ୍ଟିକ ଏବଂ ମାନବ ସମ୍ବଳ ସମ୍ବନ୍ଧୀୟ ଅଧ୍ୟୟନ ସହିତ ପରିଚାଳନା ଏବଂ ପ୍ରଶାସନିକ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।

Advertisement