କଟକ ,୨୪୫(ଗୁରୁ ପ୍ରସାଦ ଦାସ): ଓଡିଶା ଏକ କଳା କୁଟୀର ରାଜ୍ୟ ହୋଇଥିବାରୁ ଏଠାକାର ଲୋକେ ବିଭିନ୍ନ କଳା କୁର୍ତ୍ତୀ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ସେଥି ମଧ୍ୟରେ କଟକ ମିନାବଜାର ଭଳି ଛୋଟ ଛୋଟ ଅନୁଷ୍ଠାନ ଗୁଡିକ ରାଜ୍ୟରେ ତଥା ରାଜ୍ୟ ବାହାରେ ସଂଘବଦ୍ଧ ହୋଇ ଏକ ଏକ ଜାଗାରେ ତାଙ୍କର କ୍ଷୁଦ୍ର ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ସେହି କ୍ଷୁଦ୍ର ବ୍ୟବସାୟୀ ମଧ୍ୟରୁ ନାଗାରଦଳୀ ଅନ୍ୟତମ । କଥାରେ ଅଛି ରସିକ ନାଗର ଚୂଡ଼ାମଣି । ଏହି ନାଗର ଶବ୍ଦକୁ ବଞ୍ଚେଇ ରଖିବା ପାଇଁ ଏହି ଦୋଳିର ପ୍ରଚଳନ । ଏଠାରେ ସମସ୍ତ ଜାତିର ଲୋକମାନେ ଟିକିଏ ଆନନ୍ଦ ପାଇଁ ଏହି ଦୋଳିରେ ବସିଥାନ୍ତି । କିନ୍ତୁ କାଳର କରାଳ ପରିସ୍ଥିତି ଏମାନଙ୍କୁ ନିସ୍ଵ କରିଦେଇଛି କ୍ଷ କରୋନା ମହାମାରୀ ଯେତେବେଳେ ସାରା ବିଶ୍ୱକୁ ଅସହାୟ କରିଦେଇଛି । ସେହି ସମୟରେ ପ୍ରତ୍ୟେକ ଦେଶ ଏବଂ ରାଜ୍ୟ ଦୁସ୍ଥ ଅସହାୟ ମାନଙ୍କୁ ସାହାଯ୍ୟର ହାତ ବଢାଇବା ବେଳେ ଓଡିଶା ସରକାର ଏମାନଙ୍କୁ ଅଣଦେଖା କରିଦେଇଛନ୍ତି । ତେଣୁ ଏହି ସଙ୍ଗଠନରେ ଲିପ୍ତ ଥିବା ପ୍ରାୟ ଦସହଜାରରୁ ଉର୍ଦ୍ଧ ଲୋକ ବେସାହାରା ହୋଇ ପଡିଛନ୍ତି । ମୀନାବଜାରର ମୁଖ୍ୟଙ୍କ ବ୍ୟକ୍ତି କହିବା ଅନୁସାରେ ସେମାନେ ସ୍ଥାନୀୟ ପ୍ରଶାସନକୁ ମାସକୁ ଲକ୍ଷ ଲକ୍ଷ ଟଙ୍କା କର ଦେଉଥିବାବେଳେ ବାର୍ଷିକ ଓଡିଶା ପ୍ରଶାସନକୁ ଲକ୍ଷ ଲକ୍ଷ ଟଙ୍କା ଦଇଥାନ୍ତି । କିନ୍ତୁ ଏମାନନଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ସରକାରଙ୍କୁ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଅନୁରୋଧର ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଏଣୁ ସରକାର ଯଦି ଏହି ଘଡି ସନ୍ଧି ମୁହୁର୍ତରେ ସାହାଯ୍ୟର ଅନୁଦାନ କରନ୍ତି ତାହାଲେ ସେମାନେ ଉପକୃତ ହୋଇପାରିବେ ।