ଶଙ୍କରପୁର ସାହି ସିଲ୍ ନିୟନ୍ତ୍ରଣ ଜୋନ୍ ଘୋଷଣା

374
ADVERTISEMENT

ବ୍ରହ୍ମପୁର,୧୬-୦୫(ଗୁରୁ ପ୍ରସାଦ ପଟ୍ଟନାୟକ): ମହାନଗର ନିଗମ ୭ନମ୍ବର ୱାର୍ଡ଼ ଶଙ୍କରପୁର ସାହିକୁ ସିଲ୍କ ରାଯାଇଛି। କରୋନା ମୁକାବିଲା ପାଇଁ ଏହି ଅଞ୍ଚଳକୁ ସିଲ୍କ ରାଯାଇଛି। ବିଏମ୍‌ସି ତରଫରୁ ଏହି ସାହିକୁ ନିୟନ୍ତ୍ରଣ ଜୋନ୍ ଘୋଷଣା କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଔଷଧ ପହଞ୍ଚାଇବା ନେଇ ବିଏମ୍‌ସି ପକ୍ଷରୁ ବିଭିନ୍ନ ଟିମ୍‌ ଗଠନ କରାଯାଇଥିବା ଏହି ଅଞ୍ଚଳର କିଛି ଲୋକ କରୋନା ପଜିଟିଭ ସଂସ୍ପର୍ଶରେ ଆସିଥିବାରୁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ପୁଲିସ ଓ ବିଏମଏସି ଅଧିକାରୀଙ୍କ ଉପସ୍ଥିତିରେ ସାହିର ରାସ୍ତା ସିଲ୍ କରିବା କାମ ଆରମ୍ଭ ହୋଇଥିବା ନେଇ କମିଶନର ଚର୍କବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

Advertisement