ବିପୁଳ ପରିମାଣର ଗୁଟଖା ଜବତ,ତିନି ଜଣ ଗିରଫ

291
ADVERTISEMENT

ବ୍ରହ୍ମପୁର,୧୫/୫(ସୁଦାମ ମହାରଣା): ବିଶ୍ବ ମହାମାରୀ କରୋନା କୁ ନେଇ ପ୍ରଶାସନ ପକ୍ଷରୁ ଗୁଟଖା ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ କିଛି ଅସାଧୁ ବ୍ୟବସାୟୀ ଚଢାଦରରେ ବେଆଇନ ଭାବେ ରେ ଗୁଟଖା ବେପାର କରୁଥିଲେ। ପୋଲିସ ପୁରୁଷୋତ୍ତମପୁର ସ୍ଥିତ ଧୋବା ସାହି ଛକନିକଟରେ ଗୁଟଖା ବିକ୍ରି ଚାଲି ଥିବା ବେଳେ ଅତର୍କିତ ଭାବେ ଚଢାଉ କରାଯାଇ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଟଖା ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ପୁରୁଷୋତ୍ତମପୁର ର ପୂର୍ଣ୍ଣ ଚନ୍ଦ୍ର ପାଳ,ଚଢେୟାପଲ୍ଲିର ଇ ଉମାଶଙ୍କର ସେନାପତି, ଗୋଠିଆଳିର ଏସ ଜୟସେନ ପାତ୍ର।ଥାନା କେସ ନମ୍ବର୧୧୩/୨୦ ମାମଲା ରୁଜ୍ଜୁ କରାଯାଇଛି ,ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଯେଉଁ ମାନେ ସପୃକ୍ତ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

Advertisement