ବିଜେପି ପକ୍ଷରୁ ଗୋଳନ୍ଥରାରେ ରକ୍ତଦାନ ଶିବିର

321
ADVERTISEMENT

ବ୍ରହ୍ମପୁର,୧୪-୫(ହିମାଂଶୁପାଢୀ): ମହାମାରୀ କୋରନା ର ପ୍ରଭାବରେ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଜେପି ତରଫରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ଆଜି ସନ୍ଧ୍ୟାରେ ଗୋଳନ୍ତରା ନିକଟସ୍ଥ ବିଜେପି କାର୍ଯ୍ୟାଳୟରେ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବିଜେପି ଜିଲ୍ଲା ସଭାପତି ବିଭୁତିଭୂଷଣ ଜେନା ଆୟୋଜନ କରିଥିବା ବେଳେ ଅଞ୍ଚଳର ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଗଙ୍ଗାଧର ଶତପଥୀ,ମଣ୍ଡଳ ସଭାପତି ରଜତ ପଣ୍ଡିତ, ଲୋକନାଥ ଦଳେଇ,ଯୁବମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର, ଜିଲାଯୁବମୋର୍ଚା ସାଧାରଣ ସମ୍ପାଦକ ସୁଭାସିସ ସାହୁ, ଜିଲ୍ଲା ଯୁବମୋର୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ମଣ୍ଡଳ ସଭାପତି ଗୋପୀନାଥ ମହାରଣା,ମଣ୍ଡଳ ସଭାପତି ଜଗମୋହନ ପାତ୍ର,ଦୀପକ କୁମାର ଜେନା, ସୁନିଲ ପାତ୍ର, ମହେନ୍ଦ୍ର ପାତ୍ର, ଅଶ୍ୱିନୀ ପାତ୍ର, ତ୍ରିପତି ଜେନା, ଶ୍ରୀନିବାସ ଆଚାରି, ବିଷ୍ଣୁ ସୁବୁଦ୍ଧି, ଚକ୍ର ରାଉଳ, ଶୁକ୍ଳ ଜେନା, ଦୁର୍ଯ୍ୟୋଧନ ପାତ୍ର, ଚନ୍ଦନ ଜେନା,ଏବଂ ଜଣେ ମହିଳାଙ୍କ ସମେତ ୩୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ।ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ବ୍ଲଡ଼ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରୁ ଡାକ୍ତର ପ୍ରଶ୍ନ ରଥ,ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପାଣିଗ୍ରାହୀ, ରାମହରି ପଣ୍ଡା, ନାଗଭୂଷଣ ପ୍ରଧାନ ସହଯୋଗ କରିଥିଲେ।

Advertisement