ଖଜୁରୀପଡ଼ା,୧୨-୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଦଳ ପଡ଼ା ଗ୍ରାମପଞ୍ଚାୟତ ପ୍ରଧାନ ପଡ଼ା ଗ୍ରାମରେ କୂଅରୁ ପାଣି ପିଇ ଲଗାତାର ଝାଡା ହେବାପରେ ୯ ଜଣ ବ୍ଯକ୍ତିଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉଛି। ସୁଚନା ଅନୁଯାୟୀ ଆଜି ସକାଳ ସବୁଦିନ ଭଳି ସମସ୍ତେ କୂଅରୁ ପାଣି ନେଇ ବ୍ୟବହାର କରିବା ପରେ ହଠାତ୍ ଗ୍ରାମର ଶାନ୍ତିଲତା ପ୍ରଧାନ ଶୁରସା ପ୍ରଧାନ କାମଦାସ ପ୍ରଧାନ ବାବୁଲା ପ୍ରଧାନ ଗରୀମା ପ୍ରଧାନ କୌଶଲ୍ୟା ପ୍ରଧାନ ମହିପାଳ ପ୍ରଧାନ ଇଶ୍ୱର ପ୍ରଧାନ ଶ୍ୟାମଳି ପ୍ରଧାନ ପ୍ରମୁଖ ଙ୍କୁ ବାରମ୍ବାର ଝାଡା ଧରିବା ପରେ ତୁରନ୍ତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ରେ ବାହାର ଜଳ କୂଅ ଭିତରକୁ ପ୍ରବେଶ କରିଥିବା କାରଣ ରୁ ଏଭଳି ଜଳ ଦୂଷିତ ହୋଇ ସମସ୍ତେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଇଛି।ଘଟଣା ଘଟିବା ପରେ ସୁଚନା ପାଇ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଆରଆଇ ଅମିୟ ଭୂଷଣ ରାମ୍ ଏବଂ ମେଡିକାଲ ମୋବାଇଲ ହେଲଥ ୟୁନିଟ ଡାକ୍ତରୀ ଟିମ୍ ପ୍ରମୁଖ ପ୍ରମୁଖ ପ୍ରଧାନ ପଡ଼ା ରେ ପହଞ୍ଚି ଘଟଣା ଅନୁଧ୍ଯାନ ପରେ କୂଅକୁ ବ୍ଲିଚିଂ କରିଥିବା ସହ ଘଟଣା ଉପରେ ନଜର ରଖିଥିବା ଜଣାପଡ଼ିଛି।
