ଅଦ୍ଭୁତ ଶିଶୁପୁତ୍ର ଜନ୍ମକଲେ ମହିଳା

612
ADVERTISEMENT

କନ୍ଧମାଳ,୧୪-୦୫(ସୁରେଶ ପଣ୍ଡା): ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତ ଟିକରବାଜୁ ଗ୍ରାମର ସାନନ୍ତି ମଳିକ ସ୍ୱାମୀ ଜିତେନ୍ଦ୍ର ମଳିକ ପ୍ରସବ ପାଇଁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରସବ ନିମନ୍ତେ ଆସିଥିଲେ ତାଙ୍କର ବହୁ କଷ୍ଟରେ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ପୁଅଟି ଦେଖିବାକୁ ଅତି ସୁନ୍ଦର୍ କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଦୁଇଟି ଯାକ ଗୋଡ଼ ନାହି। ଶିଶୁଟିର ଓଜନ ଥିଲା ୧.୮୩୫ ଗ୍ରାମ। ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସୁବିଧା ନବଜାତ ଶିଶୁ ନିମନ୍ତେ ନଥିବା ଯୋଗୁଁ ଏବଂ ଶିଶୁଟି ଅସୁସ୍ଥ ଥିବା ଯୋଗୁଁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ସେଠାରେ ଏସ ଏନ୍ ସି ୟୁ ୱାର୍ଡରେ ଚିକିତ୍ସା କରାଯାଇଛି ବର୍ତ୍ତମାନ ମା ଓ ଶିଶୁ ଦୁହେଁ ଭଲ ଅଛନ୍ତି I

Advertisement