ବ୍ୟାଙ୍କରେ ଆରମ୍ଭ ହେଲା ବାଧ୍ୟତାମୂଳକ ଥର୍ମାଲ ସ୍କ୍ରୀନିଂ

216
ADVERTISEMENT

ହିଞ୍ଜିଳିକାଟୁ,୧୩-୦୫(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ତାର ଗତି ତୀବ୍ର କରି ଚାଲିଛି।ଓଡ଼ିଶାର ୨୧ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ପଜିଟିଭ ସଂଖ୍ୟା ଦୃତ ଗତିରେ ବଢି ଚାଲିଛି।ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଥିବା ବେଳେ ସେଥିରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୧୦ ଜଣ ପଜିଟିଭ ଥିବା ଜିଲ୍ଲା ୱାରୀ ସୂଚନାରୁ ମିଳିଛି।ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢି ଚାଲି ଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସମସ୍ତେ ମାସ୍କ ବ୍ୟବହାର କରି ସାମାଜିକ ଦୂରତ୍ୱ ନିୟମ ପାଳନ କରିବାଏବଂ ସରକାରଙ୍କ କରୋନା ମାର୍ଗ ଦର୍ଶିକା ଅନୁପାଳନ କରିବା ପାଇଁ ସଚେତନ ଓ ନିବେଦନ କରିଛନ୍ତି।ଏହି କ୍ରମରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ରେ ବୁଧବାର ଏହାକୁ ପ୍ରଥମେ ଆରମ୍ଭ କରିଥିଲେ।ଏଣୁ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍କ୍ରୀନିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ହିଞ୍ଜିଳିକାଟୁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସର୍ଵ ପ୍ରଥମେ କାର୍ଯ୍ୟକାରୀ କରାଯାଇଛି।ସହରରେ ଥିବା ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟରେ ଉତ୍ତମ ସେବା ପ୍ରଦାନ କରୁଥିବା ଏହି ବ୍ୟାଙ୍କରେ ଗ୍ରାହକଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି।ତେଣୁ ଜିଲ୍ଲାରେ କରୋନା ର ସ୍ଥିତି ସଙ୍ଗିନ ଥିବାରୁ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।ବ୍ୟାଙ୍କରେ ପ୍ରବେଶ କରିବା ପୂର୍ବରୁ ଗ୍ରାହକଙ୍କ ଥର୍ମାଲ ସ୍କ୍ରୀନିଂ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ସଦାନନ୍ଦ ପାତ୍ର ଗୁରୁବାର ଜଣକ ପରେ ଜଣେ ଗ୍ରାହକଙ୍କ ଥର୍ମାଲ ସ୍କ୍ରୀନିଂ କରି ବ୍ୟାଙ୍କ ଭିତରକୁ ଛାଡିଥିଲେ।ସ୍କ୍ରୀନିଂ ସମୟରେ ଯେଉଁ ମାନଙ୍କ ଠାରେ କିଛି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisement