ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାର୍ଡ ପକ୍ଷରୁ ରାସନ ଓ ମାକ୍ସ ବଣ୍ଟନ

292
ADVERTISEMENT

ଖଜୁରିପଡା,୧୨-୦୫(ସୁରେଶ କୁମାର ପଣ୍ଡା):କନ୍ଧମାଳ ଜ଼ିଲ୍ଲା ସମଗ୍ର ଦେଶ ଓ ରାଜ୍ୟରେ କରୋନା ମହାମାରୀ ଭୁତାଣୁ ସଂକ୍ରମଣ ପ୍ରଭାବ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ନିର୍ଦେଶ ନାମ ଜାରିକରି ସମସ୍ତଙ୍କୁ ନିଜ ଘର ଭିତରେ ରହି ବାହାର କୁ କେହି ନ ବାହାରି ବାକୁ କଟକଣା କଲାପରେ ଲୋକଙ୍କ ଜୀବନଜୀବିକାରେ ବ୍ୟାଘାତସୃଷ୍ଟି ଦେଖାରୁ ସରକାର ଆଗୁଆ ତିନି ମାସର ପିଡିଏସ ଚାଉଳ ଯୋଗାଇ ଦେଇ ଶ୍ରମିକମାନଙ୍କୁ ୧୫ଶହ ଟଙ୍କା ଓ ରାସନ କାର୍ଡ ରେ ୧ହଜାର ଟଙ୍କା ଦେଇ ବର୍ତମାନ ପରିବାରର ମୁଣ୍ଡପିଛା୧୫କିଲୋ ଚାଉଳ ଯୋଗାଇ ଚାଲିଛନ୍ତି। ଏଥିସହ ବିଭିର୍ଣ ପଞ୍ଚାୟତରେ ଅସହାୟ ମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ତା କରାଯାଇ ଦିଆଯାଉଛି।ଲୋକେ ଯେମିତି ଅସୁଵିଧା ନ ହେବେ ସେନେଇ କରୋନାର ମୁକାବିଲା କରିବାକୁ ବିରଯୋଦ୍ଧା ହୋଇ ଲଢ଼େଇ କରୁଥିବାବେଳେ ଏହି ଯୁଦ୍ଧରେ ବାଦ ପଡ଼ିନାହାନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କୁ ସହାୟତା ର ହାତ ବଢ଼ାଇ ସେବାରେ ଲାଗିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଡିଭିଜନର ବିଭିର୍ଣ ପଞ୍ଚାୟତର ଗ୍ରାମାଞ୍ଚଳରେ ବସବାସ କରି ରହୁଥିବା ଦୁସ୍ଥ ଅସହାୟ ପରିବାର ତଥା ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାର୍ଡ ପକ୍ଷରୁ ବାଟାଗୁଡା , ପରମପାଙ୍ଗା ମିଡ଼ିଆକିଆ,ଡଡ଼କଙ୍ଗୀଆ,ଗ୍ରାମ ଗୁଡିକରେ ଅନୁଷ୍ଠାନର ସମ୍ପାଦକ ତଥା ବିରିଷ୍ଠ ସମାଜସେବୀ ଜିରିମିଓ ଦିଗଲ ତତ୍ୱାବଧାନରେ ଓ ସହକର୍ମୀ ପ୍ରତ୍ୟୁଷାଙ୍କ ମିଳିତରେ ଚାଉଳ,ଡାଲି,ଆଳୁ,ପିଆଜ,ଖାଇବାତେଲ,ଲୁଣ, ଲଙ୍କା ସହ ବିଭିର୍ଣ ଖାଦ୍ୟସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି ।ଏଭଳି ବିପଦ ସମୟରେ କରୋନା ଯୋଦ୍ଧାର ସାରଥୀ ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତି ଲୋକଙ୍କର ଏକ ବଡଭରସା ବିଶ୍ୱାସ ହୋଇ ଥିବାବେଳେ ଏ ସବୁକୁ ଦେଖି ବୁଦ୍ଧିଜୀବି ମହଲରେ ପ୍ରଶଂସା ର ଆଲୋଚନା ହୋଇଛି ।ଏ ବାବଦରେ ଅନୁଷ୍ଠାନର ସମ୍ପାଦକଙ୍କ ପ୍ରତିକ୍ରିୟା ନେବାରୁଏହି ସମୟରେ ଅସହାୟ ମାନଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ଆମର କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

Advertisement