ଭାରତୀୟ ରେଳ ଦ୍ଵାରା ମେ’ ୧୧,୨୦୨୦ ସୁଦ୍ଧା ଦେଶବ୍ୟାପୀ ୪୬୮ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ • ଓଡିଶାରେ ପହଞ୍ଚିଲା୨୫ଟି ଟ୍ରେନ

214
ADVERTISEMENT

ନୂଆଦିଲ୍ଲୀ ,୧୧-୦୫(ଡି ଏଚ):ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ୟ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କ ଯାତାୟାତ ଲାଗି ରେଳ ମନ୍ତ୍ରଣାଳୟ “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ କରୁଛି ।

ମେ’ ୧୧, ୨୦୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୪୬୮ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଲାଯାଇଛି । ଏଥିମଧ୍ୟରୁ ୩୬୩ଟି ଟ୍ରେନ ଗନ୍ତବ୍ୟ ସ୍ତଳରେ ପହଞ୍ଚିସାରିଛି ଏବଂ ୧୦୫ଟି ଟ୍ରେନ ଯାତ୍ରା କରୁଛି।

ଏହି ୩୬୩ଟି ଟ୍ରେନ ମଧ୍ୟରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୫ଟି ଟ୍ରେନ ପହଞ୍ଚିସାରିଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ, ବିହାରରେ ୧୦୦ଟି, ହିମାଚଳପ୍ରଦେଶରେ ଗୋଟିଏ, ଝାଡଖଣ୍ଡରେ ୨୨ଟି, ମଧ୍ୟପ୍ରଦେଶରେ ୩ଟି, ମହାରାଷ୍ଟ୍ରରେ ୩ଟି, ରାଜସ୍ଥାନରେ ୪ଟି, ତେଲଙ୍ଗାନାରେ ୨ଟି, ଉତ୍ତରପ୍ରଦେଶରେ ୧୭୨ଟି, ପଶ୍ଚିମବଙ୍ଗରେ୨ଟି ଓ ତାମିଲନାଡୁରେ ଗୋଟିଏ ଟ୍ରେନ ପହଞ୍ଚି ସାରିଛି ।

ଏହି ଟ୍ରେନ ମାଧ୍ୟମରେ ତିରୁଚିରାପଲ୍ଲୀ, ଟିଟିଲାଗଡ, ବରଉଣୀ, ଖାଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ, ପ୍ରୟାଗରାଜ, ଛାପ୍ରା, ବଲିୟା, ଗୟା, ପୁର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଯୌନପୁର, ହଟିଆ, ବସ୍ତି, କଟୀହାର, ଦାନପୁର, ମୁଜାଫରପୁର ଓ ସହର୍ସା ଆଦି ପ୍ରମୁଖ ସ୍ଥାନରେ ପ୍ରବାସୀଙ୍କୁ ପହଞ୍ଚାଯାଇଛି ।

ପ୍ରତି ଟ୍ରେନରେ ସାମାଜିକ ଦୂରତା ରକ୍ଷା କରି ପ୍ରାୟ ୧୨୦୦ ଯାତ୍ରୀଙ୍କୁ ଅଣାଯାଇଛି । ଟ୍ରେନ ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରାଯାଇଛି । ଯାତ୍ରା ସମୟରେ ସମସ୍ତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।

Advertisement