ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

156
ADVERTISEMENT

ବଲାଙ୍ଗୀର, ୮/୦୫(ଦେବବ୍ରତ ଗୁରୁ) : ବଲାଙ୍ଗୀର ଶାଖା ତରଫରୁ ଆଜି ଭୀମ ଭୋଇ ମେଡ଼ିକାଲ କଲେଜରେ ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରି ଯୋଗଦେଇଥିଲେ। ଶାଖାର ଅଧ୍ୟକ୍ଷା ପିଙ୍କି ମୋଦି, ସମାଜିକ କର୍ମୀ ବିଷ୍ଣୁ ପ୍ରସାଦ କେଡ଼ିଆ, ରକ୍ତ ଭଣ୍ଡାର ଅଧିକାରୀ ଡ଼.ଆରତୀ ପଣ୍ଡା ପ୍ରମୁଖ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓଡ଼ିଶାରେ ଔଷଧ ତିଆରି କରି ନିରବଚ୍ଛିନ୍ନ ସେବା ଯୋଗାଉଥିବା ହରିହର ଫାର୍ମାସୁଟିକାଲ୍ ର କାର୍ଯ୍ୟନିର୍ବାହୀ ନିର୍ଦେଶକ କେହ୍ନାଏଲାଲ ଅଗ୍ରୱାଲ ଙ୍କୁ ସମ୍ମାନିତ କରିଥିଲେ।

Advertisement