କୁକୁଡାଖଣ୍ଡି, ୦୨-୦୫ (ଇ.ରଞ୍ଜନ) : ବିବାଦିୟ ଅଗଂନଓ୍ବାଡି କେନ୍ଦ୍ରକୁ ଅଣ୍ଡା ଯୋଗାଣ ପ୍ରସଗଂରେ ଶୁକ୍ରବାର କୁକୁଡାଖଣ୍ଡି ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ମାନେ ୭ବର୍ଷ ରୁ ୩ ବର୍ଷ ପଯ୍ୟନ୍ତ ଶିଶୁ ଓ ଗର୍ଭବତୀ,ପ୍ରସୂତି ମହିଳାକୁଂ ସକାଳ ଜଳଖିଆ,ଶୁଖିଲା ଖାଦ୍ୟ ସହ ୧୨ଟି ଅଣ୍ଡା ପ୍ରଦାନ କରିଥିଲେ। ସେହିପରି ପ୍ରିସ୍କୁଲ ଶିଶୁ ମାନଙ୍କୁ ଚାଉଳ ଡାଲି,ପରିବା ସହ ୨୦ଟି ଅଣ୍ଡା ପ୍ରଦାନ କରିଥିଲେ।ଦିଗପହଣ୍ଡିର ଜଣେ ଏସଏଜି କୁକୁଡାଖଣ୍ଡି ସହ ୫ଟି ବ୍ଲକରେ ଅଙ୍ଗନଓ୍ବାଡିକେନ୍ଦ୍ର ରେ ଅଣ୍ଡା ଯୋଗାଣ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ନିର୍ଦେଶ ଦେଇଥିଲେ।ବହୁ ବାଦବିବାଦ ପରେ ମଧ୍ୟ ଅଙ୍ଗନଓ୍ବାଡି କର୍ମୀ ମାନେ ଏହାକୁ ବିରୋଧ କରିଥିଲେ ଏବଂ ଶୁକ୍ରବାର ମେ ମାସର ଅଣ୍ଡା ,ଛତୁଆ ,ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଅଗଂନଓ୍ବାଡି କର୍ମୀ ସଂଘ ସଭାପତି ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।