ବ୍ରହ୍ମପୁର, ୦୨-୦୫ (ଇ.ରଞ୍ଜନ) : ଗତକାଲି ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ‘ଶ୍ରମିକ’ ଟ୍ରେନ୍ କେରଳରୁ ଆସିବା ପରେ ଆଜି ଆଉ ତିନିଟି ଟ୍ରେନ୍ ଓଡ଼ିଶାବାସୀଙ୍କୁ ନେଇ କେରଳ ଏବଂ ଗୁଜୁରାଟରୁ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡିଛି | ଗୁଜୁରାଟର ସୁରତରୁ ଦୁଇଟି ଟ୍ରେନ୍ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ କେରଳର ଏର୍ଣ୍ଣାକୁଲମରୁ ଗୋଟେ ଟ୍ରେନ ପ୍ରବାସୀ ଶ୍ରମିକଙ୍କୁ ନେଇ ଖୋର୍ଦ୍ଧାରେ ପହଞ୍ଚିବ। ସେମାନଙ୍କ ପହଞ୍ଚିବା ପରେ ସମସ୍ତ ଫେରନ୍ତାଙ୍କୁ ପ୍ରଶାସନ ପକ୍ଷରୁ ବସରେ ନିଆଯିବ। ଏହାପରେ ୧୪ଦିନ ପାଇଁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ | ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ଘରବାହୁଡ଼ା ଲାଗି ୧୩ଟି ଟ୍ରେନ୍ ଭାରତର ବିଭିନ୍ନ ସ୍ଥାନକୁ ଚଳାଚଳ କରିବାର କାର୍ଯ୍ୟକ୍ରମ ରହିଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଟ୍ରେନ୍ କେବଳ ‘ପଏଣ୍ଟ ଟୁ ପଏଣ୍ଟ’ ଚାଲିବ | ଏହି ତିନୋଟି ଟ୍ରେନ୍ ବ୍ୟତୀତ ତାଲିକାରେ ଥିବା ଅନ୍ୟ ଟ୍ରେନ୍ ଗୁଡିକରେ ଓଡ଼ିଶାକୁ ଯାତ୍ରୀ ଆସିବାର ନ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ଟ୍ରେନ ରାଜ୍ୟ ଦେଇ ଯାତ୍ରା କରିବ ବୋଲି ସରକାରୀ ସୂତ୍ରରୁ ଜଣା ପଡିବା ପରେ ଜଗନ୍ନାଥ ପୁର ରେଳ ଷ୍ଟେସନ ନିକଟରେ ଗଞ୍ଜାମ ଜିଲ୍ଲାପାଳବିଜୟ ଅମ୍ବୃତ କୁଲାଙ୍ଗ ସମେତ ବିଏମ୍ସି କମିସଅନର ଚକ୍ରବର୍ତ୍ତୀ ସିଂ ରାଠୋର,ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଷ୍ଟେସନ ପରିସରରେ ସେମାନଙ୍କ ସୁରକ୍ଷା ଦିଗକୁ ନେଇ ପରିଭ୍ରମଣ କରୁଛନ୍ତି l