ଦାୟିତ୍ୱ ଭାର ଗ୍ରହଣ କରୁକରୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ନୂତନ ଅଧ୍ୟକ୍ଷ

475
ADVERTISEMENT

ଦାରିଙ୍ଗବାଡିରୁ,୩୦-୦୪(ସଞ୍ଜୟ ସାହୁ): କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କଡଗାବାଲି ଓ ପଡ଼ି଼ଙ୍ଗିଆ ଗ୍ରାମରେ କୋଡ଼ିଏରୁ ଉର୍ଦ୍ଧ ପରିବାର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଗତକାଲି କାଲିଠାରୁ ଆଉ କେହି ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ଡ଼ ବଂଶୀ ପାତ୍ର ଗତକାଲି ନୂତନ ଅଧ୍ୟକ୍ଷ ରମାକାନ୍ତ ବଳିୟାର ସିଂ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ ଓ ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଘଟଣା ଉପରେ ପହଞ୍ଚି ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ଭେଟିଥିଲେ ବର୍ତ୍ତମାନ ବୁଡ଼ାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରୋଟି ଡାକ୍ତର ଟିମ ରହି ଚିକିତ୍ସା କରିବାସହ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କଡ଼ଗାବାଲି ଓ ପଡ଼ି଼ଙ୍ଗିଆ ଗ୍ରାମରେ ୨ ଟି ନଳକୂପ ଖୋଳା ଯିବା ସହ ମୃତ୍ୟୁ ହୋଇଥିବା ପେଟା ମଳିକଙ୍କ ପରିବାରଙ୍କୁ ଭେଟି ଶୀଘ୍ର ଜାତୀୟ ମଙ୍ଗଳକାରି ଯୋଜନାରେ ହିତାଧିକାରୀଙ୍କୁ ୨0000ଟଙ୍କା ସହାୟତା ତୁରନ୍ତ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ

Advertisement