ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କ୍ୱାରେଂଟାଇନ୍ ଗୃହ ପରିଦାର୍ଶନ ଓ ସମୀକ୍ଷା

202
ADVERTISEMENT


ମୋହନା,୩୦ା୪(ମୋହନ ଗୌଡ): ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଅଚାନକ ମୋହନା ବ୍ଳକରେ ରହିଥିବା ୭୬ଟି କ୍ୱାରେଂଟାଇନ୍ ଗୃହ ସହ ବ୍ଳକର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପରିଦର୍ଶନ କରିଥିବା ଜଣାପଡିଛି । ସେ ବ୍ଳକ ବିଡିଓ ବଂଶିଧର ଖୋସଲାଙ୍କ କାର୍ଯ୍ୟାଳୟରେ ପହଂଚି ମୋହନା ବ୍ଳକର ୩୯ଟି ପଂଚାୟତରେ ରହିଥିବା କ୍ୱାରେଂଟାଇନ ଗୃହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକଙ୍କ ବ୍ଳକକୁ ଫେରୁଥିବା ବେଳେ ସେମାନଙ୍କ ରହିବା ପାଇଁ ଆବଶ୍ୟକ କଠୋରୀ ଗୃହ, ସାନିଟାଇଜର ବ୍ୟବସ୍ଥା, ଖାଦ୍ୟ ସୁବିଧା, ପରିବେଶ ପରିଚ୍ଛନ ରଖିବା, ଶୋଇବା ପାଇଁ ଖଟର ସୁବିଧା ଓ ଆନୁସାଙ୍ଗିକ ବ୍ୟବସ୍ଥା ବ୍ଳକ ପ୍ରଶାସନ ପକ୍ଷରୁ ଯୋଗାଇ ଦେବା ପାଇଁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ଚୌଧୁରୀ ଲୁହାଗୁଡି, ମୋହନା, ଲିଲିଗଡ, ଅଡବା, ପାଣିଗଣ୍ଡା, ଚାନ୍ଦିପୁଟ, ଚନ୍ଦ୍ରଗିରି ଆଦି କ୍ଳାରେଂଟାଇନ୍ ଗୃହ ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁହିକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମସୟରେ ପ୍ରଶାସନର ବ୍ୟବସ୍ଥାକୁ ସେ ଭୁୟସୀ ପ୍ରସଂଶା କରିଥିଲେ । ଏହି ସମୟରେ ବିଡିଓ ବଂଶିଧର ଖୋସଲା, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement