ଛତ୍ରପୁର,୩୦ା୪(ସୁଦାମ ମହାରାଣା): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଦୈନଦିନ ଶହଶହ ରୋଗୀ ଆସିଥାନ୍ତି । ତେଣୁ ଲୋକଙ୍କ ସୁରକ୍ଷା ନେଇ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ଅଟୋମେଟିକ୍ ସାନିଟାଇଜେସନ୍ ମେସିନ ପ୍ରଦାନ କରାଯାଇଛି । ବୁଧବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ମେସିନ କାର୍ଯ୍ୟକ୍ଷମ ହୋଇଛି । ଆଗାମୀ ଦିନରେ କ୍ଳବ ପକ୍ଷରୁ ଡାକ୍ତରଖାନାକୁ ହ୍ୟାଣ୍ଡ ସାନିଟାଇଜେସନ ମେସିନ ସମେତ ଅନ୍ୟ କିଛି ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି । ମେସିନ ଉଦ୍ଘାଟନ ସମୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପଜିଲ୍ଳାପାଳ ପ୍ରିୟରଂଜନ ପୃଷ୍ଟି, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ତଥା କ୍ଳବ୍ ସଦସ୍ୟ ଏମ୍ . ଧନଞ୍ଜୟ ରେଡି, ମେଡିକାଲ ସୁପରିଟେଣ୍ଡେଂଟ ଡ. କାହ୍ନୁ ଚରଣ ପାତ୍ର ପ୍ରଶନ୍ନ ପତି, ପ୍ରଫୁଲ କୁମାର ପଟ୍ଟନାୟକ, କେ. ବାସୁଦେବ ରାଓ, ରେଖା ମହାନ୍ତି, ସୁରଜିତ ସାମନ୍ତରାୟ, ପି.ଚନ୍ଦ୍ର ଶେଖର, ଭି ତ୍ରିନାଥ ରାଓ, ବିଗ୍ନେଶ୍ୱର ରଥ, ଧିରେନ୍ଦ୍ରନାଥ ପଣ୍ଡା ଓ କିର୍ତି ରଂଜନ ମହାପାତ୍ର ଉପସ୍ଥିତ ଥିଲେ । ଭୁବନେଶ୍ୱର ସ୍ଥିତ ସୁଧା ଇଣ୍ଡଷ୍ଟ୍ରିରେ ନିର୍ମିତ ଏହି ସାନିଟାଇଜେନ ମେସିନ ସଂପୂର୍ଣ୍ଣ ଷ୍ଟିଲବଡିରେ ନିର୍ମିତ ହୋଇଛି ଏବଂ ଏହା ମଧ୍ୟକୁ ପ୍ରବେଶ କଲେ କ୍ଷଣିକମାତ୍ରେ ସଂପୂର୍ଣ୍ଣ ଶରୀର ବିଶୋଧିତ ହୋଇପାରୁଛି ବୋଲି ସୁଧା ଇଣ୍ଡଷ୍ଟି୍ର ସିଇଓ ସୁଧାଂଶୁ ନନ୍ଦ ଏକ ସତ୍ୱନ୍ତ୍ର ସାକ୍ଷାତକାରରେ କହିବା ସହ ଏହାର ବଜାର ମୂଲ୍ୟ ୬୫,୦୦୦ ହଜାର ଟଙ୍କା ପଡୁଛି ବୋଲି କହିଛନ୍ତି ।