ଦାରିଙ୍ଗବାଡ଼ି, ୨୯/୦୪ ( ସଞ୍ଜୟ କୁମାର ସାହୁ ) : କନ୍ଧମାଳ କରୋନା ଭୁତାଣୁର ମହାମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହାୟତା ଲୋଡ଼ିଥିଲେ ଏଥି ସକାଶେ ପିଏମ କେୟାର୍ସ ଫଣ୍ଡ ଖୋଲାଯାଇଛି ଗତକାଲି ପିଏମ କେୟାର୍ସ ଫଣ୍ଡରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତ୍ରିଶକ୍ତି କନଷ୍ଟ୍ରକଶନ ନାମକ ଏକ ଠିକାଦାର ସଂସ୍ଥା ୧୫0000/ଟଙ୍କା ସହାୟତା ପ୍ରଦାନ କରିଛନ୍ତି I ସଂଗ୍ରାମ ନାୟକ, ରୂପକ ଶର୍କରା, ରବି ସୁବୁଦ୍ଧି, ତ୍ରିଶକ୍ତି କଣ୍ଟ୍ରକ୍ସନ ଏବଂ ଠିକାଦାର ସଂସ୍ଥାର ପ୍ରୋପାଇଟରଙ୍କୁ କନ୍ଧମାଳ ଜିଲ୍ଲା ଯୁବମୋର୍ଚା ଉପସଭାପତି ହରେନ କୁମାର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଓ ବିଜେପି ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣେଇଛନ୍ତି I
