କୁକୁଡାଖଣ୍ଡି, ୨୯/୦୪(ଇ.ରଞ୍ଜନ) : ଲକଡାଉନ ଶେଷ ହେବା ପରେ କୁକୁଡାଖଣ୍ଡି ବ୍ଲକକୁ ଫେରିବେ ୪ହଜାର ରାଜ୍ୟ ବାହାର ପ୍ରବାସି ଓଡିଆ ଯାହାକୁ ନେଇ ତପ୍ତର ବ୍ଲକ ପ୍ରଶାସନ। ୪ହଜାରକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ବ୍ଲକ ପ୍ରଶାସନ କରିଥିବା ବେଳେ ଅତ୍ୟାଧିକକୁ ଦୃଷ୍ଟିରେ ରଖି ୬ହଜାର ରାଜ୍ୟ ଫେରନ୍ତା ଲୋକଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ସହ ସୁରୁଖୁରୁରେ ସେମାନେ ରହିବା ନେଇ ସୂଚନା ଦେଇଛନ୍ତି କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର। ୧୪୪ଟି ସେଣ୍ଟରରେ ୪ହଜାର ଫେରନ୍ତାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ମଙ୍ଗଳବାର ପଯ୍ୟନ୍ତ ଅନଲାଇନ ଦ୍ବାରା ୯୫୧, ଅଫଲାଇନ ଦ୍ବାରା ୨ହଜାର ଜଣ ପଞିକରଣ କରିଛନ୍ତି। ପ୍ରତି ପଞାୟତ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ସହ ୨ଜଣ ଲେଖାଏଁ ଅତିରିକ୍ତ ନୋଡାଲ ଅଫିସର ରହିଛନ୍ତି। ବିଡିଓ,ତହସିଲଦାରଙ୍କୁ ନେଇ ଗଠିତ ହୋଇଥିବା ସରଭିଲାନ୍ସ ଟିମ୍ ୧୪୪ଟି ସେଣ୍ଟର ପରିଦର୍ଶନ ସହ କାର୍ଯ୍ୟ ତଦାରଖ କରିବେ। ୭ଟି ମେଡିକାଲ ଟିମ୍ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇ ରହୁଥିବା ରାଜ୍ୟ ଫେରନ୍ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ କରିବେ।ଅନ୍ୟପକ୍ଷେ ୪ହଜାରରୁ ଅଧିକ ଲୋକ ଆସିଲେ ବିଭିନ୍ନ ସରକାରୀ କଲେଜ, ବେସରକାରୀ କଲେଜ ,ସ୍କୁଲ ଗୁଡିକର କୋଠାଗୁଡିକୁ କ୍ବାରେଣ୍ଟାଇନ ୱାର୍ଡ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।
ସେହିପରି କୌଣସି ଲୋକଙ୍କୁ ଜ୍ବର,କାଶ କିଛି ହୁଏ ସେମାନେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବେଦିକ ମହାବିଦ୍ୟାଳୟରେ ଚିକିସ୍ଛା କରିବେ । ସେଠାରେ ମଧ୍ୟ କୋଭିଟ୍ -୧୯ର ୪୦ ବେଡ ବିଶିଷ୍ଟ ଓ୍ବାଡ କରାଯାଇଛି।