ନୂଆଦିଲ୍ଲୀ, ୨୮/୦୪ (ଡ଼ିଏଚ) : ମହାମାରୀ ସମୟରେ ରେଳବାଇ ଯାତ୍ରୀ ଓ ମାଲ ପରିବହନକାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାମ କରୁଛି; ସମଗ୍ର ଦେଶରେ ମାଲପତ୍ର, ପାର୍ସଲ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚାଉଛି ।
କରୋନା ମହାମାରୀ ସମୟରେ ଭାରତୀୟ ରେଳବାଇ ଯାତ୍ରୀ ଓ ବ୍ୟବସାୟିକ ଗ୍ରାହକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଏହି ସମୟରେ ଯୋଗାଣ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ରେଳବାଇ ଦେଶବ୍ୟାପୀ ତାହାର ସାମଗ୍ରୀ ପରିବହନ ବ୍ୟବସ୍ଥା ଜାରି ରଖିଛି । କରୋନା ସଂଗ୍ରମଣ ରୋକିବା ପାଇଁ ରେଳବାଇ ପ୍ରଥମ ଓ ଦ୍ୱିତୀୟ ଲକଡାଉନ ସମୟରେ ତାହାର ଯାତ୍ରୀ ପରିବହନ ସେବାକୁ ବନ୍ଦ କରିଥିଲା । ଏହା ସତ୍ୱେ ରେଳବାଇ ତାହାର ଗ୍ରାହକ ଓ ସର୍ବସାଧାରଣଙ୍କ ନିକଟରେ ପହଁଚି ଅବ୍ୟାହତ ରଖିଥିଲା । ଲକଡାଉନ କାଳରେ ଲୋକଙ୍କ କଥା ଶୁଣି ତତ୍କାଳ ଉତ୍ତର ଦେବା ପାଇଁ ଏକ ୟୁନିଟର ଆବଶ୍ୟକତା ଥିବା ଅନୁଭୂତି ହେବାପରେ କୋଭିଡ ଏମର୍ଜେନ୍ସି ସେଲ କାର୍ୟ୍ୟ ଆରମ୍ଭ କରିଥିଲା ।
ଏହି ଏମର୍ଜେନ୍ସି ସେଲ ଏକ ଦେଶ ବ୍ୟାପୀ ପୂର୍ଣ୍ଣାଙ୍ଗ ୟୁନିଟ ଏଥିରେ ୪୦୦ ଅଧିକାରୀ ଓ କର୍ମଚାରୀ ଅଛନ୍ତି । ରେଳବାଇ ବୋର୍ଡ ଓ ବିଭିନ୍ନ ଡିଭିଜନରୁ ଏହିସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ଲକଡାଉନ କାଳରେ ଏହି ସେଲ ଦୈନିକ ପ୍ରାୟ ୧୩୦୦୦ କଲ୍ ବିଭିନ୍ନ ଆଡୁ ପାଉଛି । ଲୋକେ ନାନା ପ୍ରକାର ପ୍ରଶ୍ନ ପଚାରି ତାହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି । ଅନେକ ଲୋକ ମଧ୍ୟ ଟେଲିଫୋନ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଓ ଅନୁରୋଧ ଜଣାଉଛନ୍ତି । ଏହି କାର୍ୟ୍ୟ ପାଞ୍ଚଟି ଯୋଗାଯୋଗ ଫିଡବ୍ୟାକ ପ୍ଲାର୍ଟଫର୍ମ ମାଧ୍ୟମରେ କରାଯାଉଛି । ଏସବୁ ହେଲା – ହେଲପ୍ ଲାଇନ ୧୩୯ ଓ ୧୩୮, ସୋସିଆଲ ମିଡିଆ (ବିଶେଷକରି ଟୁଇଟର, ଇମେଲ ([email protected]), ସିପିଜିଆରଏଏମ୍ଏସ୍ ୯୦ ଭାଗରୁ ଅଧିକ କଲର ଉତ୍ତର ପ୍ରତ୍ୟକ୍ଷଭାବେ ରେଳବାଇ ସ୍ଥାନୀୟ ଭାଷାରେ ପ୍ରଦାନ କରାଯାଉଛି । ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିଛି । ଏହି ପ୍ରତ୍ୟକ୍ଷ ଯୋଗାଯୋଗ ବ୍ୟବସ୍ଥାରେ ରେଳବାଇ ସାଧାରଣ ଲୋକ, ଯାତ୍ରୀ, ରେଳବ୍ୟବହାର କାରୀ, ମାଲ ପରିବହନକାରୀ ଓ ଅନ୍ୟାନ୍ୟ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ସଂପୃକ୍ତ ରହି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ତାହାର ନିରାକରଣ ଦିଗରେ କାର୍ୟ୍ୟ କରୁଛି । ତୁରନ୍ତ ଜବାବ ଏବଂ ଲୋକଙ୍କୁ ସାହାଯ୍ୟ କରିବାର ସହାୟକ ହେଉଥିବାରୁ ରେଳବାଇ ପ୍ରଶଂସାର ପାତ୍ର ହୋଇଛି ।
ରେଳ ମଦଦ ହେଲପଲାଇନ ୧୩୯ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଲକଡାଉନର ୪ ସପ୍ତାହରେ ୨,୩୦,୦୦୦ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଉଛି । ଏହାଛଡା ଆଇଭିଆରଏମ୍ ବ୍ୟବସ୍ଥାରେ ବିଭିନ୍ନ ଅନୁସଂଧାନ ଓ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଉଛି । ହେଲପ ଲାଇନ ନମ୍ବର ୧୩୮ ଓ ୧୩୯ରେ ଅଧିକାଂଶ ପ୍ରଶ୍ନ ପୁନର୍ବାର ଟ୍ରେନ ଚଳାଚଳ ଓ ବାତିଲ ହୋଇଥିବା ଅଗ୍ରିମ ଟିକେଟ ବାବଦ କୋହଳ ଅର୍ଥ ଫେରସ୍ତ ବ୍ୟବସ୍ଥା ସଂପର୍କିତ ଥିଲା । ବିଶେଷଙ୍କ ଠାରୁ ମିଳିଥିବା ମତାମତ ଭିତିରେ ଏହି ହେଲପ୍ ଲାଇନ ଚାଲୁ ହୋଇଥିଲା । ଏହି କଠିନ ସମୟରେ ଭାରାତୀୟ ରେଳବାଇ ଉଦ୍ୟମ ଓ କାର୍ୟ୍ୟକୁ ପ୍ରଶଂସା କରି ସାମାଜିକ ଗଣମାଧ୍ୟର ବାର୍ତ୍ତାର ସୁଅ ଛୁଟିଛି ।
ଏହି ସମୟ ମଧ୍ୟରେ ୧୩୮ ହେଲପ ଲାଇନ ୧,୧୦,୦୦୦ କଲ ମିଳିଥିଲା । ଏହି ସେବା ଜିଓଫେନ୍ସଡ୍ ବ୍ୟବସ୍ଥାରେ ପରିଚାଳିତ । ଏହାର ଅର୍ଥ ନିକଟବର୍ତ୍ତି ରେଳବାଇ ଡିଭିଜନାଲ କଂଟ୍ରୋଲ ଅଫିସରେ କଲ ପହଁଚିବା ମାତ୍ରେ ସେଠାରେ ୨୪ ଘଣ୍ଟା ସେବା ଯୋଗାଉଥିବା କର୍ମଚାରୀମାନେ ବାର୍ତ୍ତାର ସ୍ଥିତି ବା ଲୋକେସନକୁ ଠାବ କରି ତତ୍କାଳ ସ୍ଥାନୀୟ ଭାଷାରେ ଉତ୍ତର ଦେବାର ବ୍ୟବସ୍ଥା କରାଯାଉଛି । ସ୍ଥାନୀୟ ଭାଷାରେ ଉତ୍ତର ଦେବା ବ୍ୟବସ୍ଥା ସାଧାରଣରେ ବେଶ ଲୋକପ୍ରିୟ ହୋଇଛି ।
ଲକଡାଉନ କାଳରେ ଦେଶର ବିଭିନ୍ନ ଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧପତ୍ର, ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ପଦାର୍ଥ ପଠାଇବାର ଆବଶ୍ୟକତା ଅନୁଭୂତ ହେବା ପରେ ରେଳବାଇ ତୁରନ୍ତ ପାର୍ସଲ ଟ୍ରେନ ସେବା ଆରମ୍ଭ କରିଥିଲା ନିର୍ଦ୍ଧାରିତ ସମୟରେ ନିର୍ଦ୍ଧିଷ୍ଟ ସ୍ଥଳରେ ସବୁ ସାମଗ୍ରୀ ପହଁଚାଇବାକୁ ଏହା ଉଦ୍ଦିଷ୍ଟ ଥିଲା । ପାର୍ସଲ ସ୍ପେଶାଲ ଟ୍ରେନ ମାଧ୍ୟମରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଟକ ରାହିଥିବା ଡାକ ସାମଗ୍ରୀକୁ ଆରଏମ୍ଏସ୍ ବ୍ୟବସ୍ଥାରେ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା ।
ଏହି ପ୍ରସ୍ତାବକୁ ଉଭୟ ବ୍ୟବସାୟୀ ଓ ସାଧାରଣ ପ୍ରଶଂସା କରିଛନ୍ତି । ଜଣେ ବ୍ୟବସାୟୀ ଗଡ ଟିସେଲୀରୁ ଚାଉଳ ବେଙ୍ଗାଲୁରୁ ନେବାକୁ ଅନୁରୋଧ କରିବାରୁ ତାଙ୍କୁ ରେଳବାଇ ବ୍ୟବସାୟିକ ସେବା ଯୋଗାଇ ଦେଇ ପ୍ରଶଂସିତ ହୋଇଛି ।
ସର୍ବ ସାଧାରଣରୁ ଯେଉଁସବୁ ପ୍ରସ୍ତାବମାନ ଆସୁଛି ତାହାକୁ ଅନୁରୋଧ କରି ଯାହା ସମ୍ଭବ ତତକ୍ଷଣାତ୍ କାର୍ୟ୍ୟକାରୀ କରାଯାଉଛି । ଉଦାହରଣ ସ୍ୱରୂପ ପୂର୍ବତଟ ରେଳବାଇ ଏକ ପାର୍ସଲସ୍ୱେଶାଲ ଟ୍ରେନ ଯଶବନ୍ତପୁରରୁ ଗୁଆହାଟି ମଧ୍ୟରେ ଚଳାଇବାକୁ ନିଷ୍ପତ୍ତି ଦେଇଥିଲା । ବିଶାଖାପାଟଣାରେ ଏହାକୁ ରଖିବାର ବ୍ୟବସ୍ଥା ନଥିଲା ତେବେ ସର୍ବସାଧାରଣ ପକ୍ଷରୁ ଏ ନେଇ ପ୍ରସ୍ତାବ ଆସିବା ପରେ ବିଶାଖାପାଟଣାରେ ଏହି ଟ୍ରେନର ରହଣି ବ୍ୟବସ୍ଥା ହୋଇଥିଲା ।
ଲକଡାଉନ କାଳରେ ଜୀବନରକ୍ଷାକାରୀ ଔଷଧ ସବୁ ଯାଗାରେ ମିଳୁନାହିଁ । ଏହିସ୍ଥିତିରେ ଭାରତୀୟ ରେଳବାଇ ନିଜସ୍ୱ ନେଟୱାର୍କ ବ୍ୟବସ୍ଥାରେ ଏହାକୁ ସଂଗ୍ରହ କରି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ପାଖରେ ପହଁଚାଇବାର ବ୍ୟବସ୍ଥା କରୁଛି । ସେହିଭଳି ଅଟିଜିମରେ ପୀଡିତ ମୁମ୍ବାଇର ଜଣେ ବାଳକ ପାଇଁ ଅତ୍ୟାବଶ୍ୟକ ୨୦ ଲିଟର ଓଟ କ୍ଷୀର ରେଳବାଇ ରାଜସ୍ଥାନର ଯୋଧପୁରରୁ ସଂଗ୍ରହ କରି ଯୋଗାଇ ଦେଇଛି । ମାନବିକତା ଦୃଷ୍ଟିକୋଣରୁ ରେଳବାଇ ଏଭଳି ଯେଉଁସବୁ କାମ କରୁଛି ତାହା ବେଶ ପ୍ରଶଂସିତ ହେଉଛି ।
ରେଳବାଇର ଏସବୁ କାମକୁ ଦେଖି ଜଣେ ଶୁଭାକାଂକ୍ଷୀ ମେସେଜ କରିଛନ୍ତି କେତେ ସହଜରେ କାମ ହୋଇ ଯାଉଛି ତାହା ତେଖି ମୁଁ ଆଶ୍ଚର୍ୟ୍ୟ ହେଉଛି । ଯେଉଁଠି ଇଚ୍ଛା ଥାଏ ସେଠି କାମ ହେବା ନିଶ୍ଚିତ ।