ବଲାଙ୍ଗୀର ,୨୭ା୪(ସୁନିଲ ତ୍ରିପାଠୀ) : ଅକ୍ଷୟ ତୃତୀୟା ଉପଲକ୍ଷେ ଲୋଇସିଂହା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ ସ୍ଥାନୀୟ ରୀତି ନୀତି ଅନୁଯାୟୀ କ୍ଷେତକୁ ଯାଇ ଭୂମୀ ପୂଜାର୍ଚ୍ଚନା କରିବା ସହ ନିଜେ ଲଙ୍ଗଳ ମୁଠି ଧରି ବଳଦଙ୍କୁ ଭୋଗ ଖୁଆଇଥିଲେ l
ବିଧାୟକ ମହାଲିଙ୍ଗଙ୍କ ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ଉଦ୍ୟମକୁ ଜନସାଧାରଣରେ ପ୍ରଶଂସା କରିଛନ୍ତି l ଏହା ଦ୍ୱାରା ଲୋକଙ୍କ ମନରେ ହଜିଯାଉଥିବା ସଂସ୍କୃତି ପ୍ରତି ଆଦର ବଢିବ ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି l