ବ୍ରହ୍ମପୁର, ୨୬I୪ (ସୁଦାମ ମହାରଣା) : ଲକ୍ ଡାଉନ୍ ପରେ ଗଞ୍ଜାମ ଜିଲ୍ଲା କୁ ରାଜ୍ୟ ଓ ଜିଲ୍ଲା ବାହାରୁ ଫେରବାକୁ ଥିବା ଲୋକଙ୍କ ପାଇଁ ପଞ୍ଚାୟତ ଓ ଏନ୍ ଏ ଏସି ସ୍ତରରେ ନିର୍ମିତ ସଙ୍ଗରୋଧ ଗୃହ ଖୋଲା ଯାଇଛି।ପୁରୁଷୋତ୍ତମପୁର ଏନ ଏ ଏସି ର ୬ଟି ସଙ୍ଗରୋଧ ଗୃହ କୁ ଆଜିଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅନୁଧ୍ୟାନ କରି ଫେରିଛନ୍ତି ।
ସଙ୍ଗରୋଧ କେନ୍ଦ୍ର ର ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ଆଲୋକ, ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏନ୍ ଏ ଏସି ନିର୍ବାହୀ ଅଧିକାରୀ ଏ.ନାଗେଶ୍ବରରାଓ,କନିଷ୍ଠ ଯନ୍ତ୍ରୀ ପ୍ରମୋଦିନି ମହାରଣା, ସ୍କୁଲ ର ପ୍ରଧାନଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ। ସେହିପରି ପୁରୁଷୋତ୍ତମପୁର ବ୍ଲକ ର ୨୬ଟି ପଞ୍ଚାୟତ ରେ ୧୨୩ଟି ସଙ୍ଗରୋଧ ଗୃହ ଖୋଲାଯାଇଥିବା ସୂଚନା ମିଳିଛି।