ବିଶ୍ୱକପ୍‌ ସେମିଫାଇନାଲରେ ପୁଣି କମଳା ରଙ୍ଗର ସାର୍ଟପିନ୍ଧିବେ ଭାରତୀୟ ଖେଳାଳି!

256
ADVERTISEMENT

ଇଂଲଣ୍ଡ, ୬/୭ (ଡି.ଏଚ.ବି) : ଭାରତୀୟ କ୍ରିକେଟ୍‌ ଟିମ୍‌ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ପୁଣି ଥରେ କମଳା ରଙ୍ଗର ସାର୍ଟ ପିନ୍ଧି ପାରନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ଯଦି ଭାରତକୁ ଇଂଲଣ୍ଡ ସହିତ ମୁକାବିଲା କରିବାକୁ ପଡ଼େ, ତା’ହେଲେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କମଳା ରଙ୍ଗର ସାର୍ଟ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ମାତ୍ର ଏହି ଭବିଷ୍ୟତ ଏଯାଏଁ ସ୍ପଷ୍ଟ ହୋଇ ନାହିଁ।

ବିଶ୍ୱକପ୍‌ ୨୦୧୯ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ଲିଡସ୍‌ରେ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରୁ ଜାରି ରହିଛି। ଉଭୟ ମ୍ୟାଚ୍‌ ଉପରେ ଭାରତୀୟ ଖେଳାଳିମାନେ କମଳା ରଙ୍ଗର ସାର୍ଟ ପିନ୍ଧିବା ନିର୍ଭର କରୁଛି। ଭାରତ ଯଦି ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରେ ଏବଂ ଅଷ୍ଟ୍ରେଲିଆ ଠାରୁ ଦକ୍ଷିଣ ଆଫ୍ରିକା ପରାଜିତ ହୁଏ, ତା’ହେଲେ ଭାରତୀୟ ଖେଳାଳିମାନେ ସେମିଫାଇନାଲରେ କମଳା ରଙ୍ଗର ସାର୍ଟ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଭାରତ ଆଜି ମ୍ୟାଚ୍‌ ଜିତିଲେ ପଏଣ୍ଟ ସଂଖ୍ୟା ୧୫ ହୋଇଯିବ। ସେହିପରି ଅଷ୍ଟ୍ରେଲିଆ ଜିତିଲେ ପଏଣ୍ଟ ସଂଖ୍ୟା ୧୬ ହୋଇଯିବ। ଆଇସିସିର ନିୟମ ଅନୁସାରେ ଅଙ୍କ ତାଲିକାର ପ୍ରଥମକୁ ୪ର୍ଥ ଟିମ ଭେଟିବ। ସେହିପରି ୨ୟ ଓ ୩ୟ ସ୍ଥାନରେ ଥିବା ଟିମ୍‌ ଅନ୍ୟ ସେମିଫାଇନାଲ ମ୍ୟାଚ ଖେଳିବାକୁ ହେବ।

Advertisement